ପିକଅପ ଭ୍ୟାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ

ପିକଅପ ଭ୍ୟାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଭାଲିଆପଟା ଗ୍ରାମର କିଶୂନ ମାରାଣ୍ଡି ।

(ମୟୁରଭଞ୍ଜ) : ପିକଅପ ଭ୍ୟାନ ଧକ୍କାରେ ଜଣେ ମୃତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୫୭ ନଂ ଜାତୀୟ ରାଜପଥ ତାଲବଣିଆଠାରେ । ପିକଅପ ଭ୍ୟାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଭାଲିଆପଟା ଗ୍ରାମର କିଶୂନ ମାରାଣ୍ଡି ।

ସୂଚନାନୁଯାୟୀ , ଭାଲିଆପଟା ଗ୍ରାମର କିଶୂନ ଭୋଗରାଇ ଅଞ୍ଚଳର ଏକ ଚିଙ୍ଗୁଡି ଭ୍ୟାକ୍ଟି୍ରିକୁ କାମ କରିବାକୁ ବାଇକରେ ଯାଉଥିଲେ । ଏହି ସମୟରେ ଏକ ପିକଅପ ଭ୍ୟାନ ଧକ୍କା ଦେଇ ଚାଲି ଯାଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।