ଭାରସାମ୍ୟ ହରାଇ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ମୃତ ,ଜଣେ ଗୁରୁତର

ସାଲେପୁର : ଭୋରୁ ଭୋରୁ ଦୁଇ ଯୁବକ ବରଯାତ୍ରୀରେ ଯୋଗଦେଇ  ଘରକୁ ବାଇକ୍ ଯୋଗେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ରେ ଜଣେ ବାଇକ୍ ଆରୋହୀ ମୃତ ଆଉଜଣେ ଗୁରୁତର।  ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧିନସ୍ଥ ନାହାଳପୁର ତାରିଣୀ ଗଡା ନିକଟରେ।  ଭୋର୍ ୪ ଟା ସମୟରେ ନିଶ୍ଚିନ୍ତକୋଇଲି ଥାନା ସାଧକ ନଗଗର ଦୁଇ ଜଣ ଯୁବକ ମନୋଜ ସାହୁ ଓ ଅଶୋକ ସାହୁ ବୁଲେଟ୍ ବାଇକ୍ ଯୋଗେ ନିଜ ଘର ସାଧକ ନଗର କୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଅନେକ ସମୟ ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଦୁଇ ଜଣ ଯୁବକଙ୍କୁ ମୁମର୍ଷୁ ଅବସ୍ଥା ରେ ଦେଖି ଆମ୍ବୁଲାନ୍ସ ଯୋଗେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ମନୋଜ ଙ୍କୁ ମୃତ ଘୋଷଣା କରିବା ସହ ଅଶୋକ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ।