ତୃତୀୟ ଦିନରେ ସୋନୁ ସୁଦଙ୍କ ବାସଭବନ ତଲାସ କଲେ ଆୟକର ଅଧିକାରୀ

ମୁମ୍ବାଇ : ଆଜି ତୃତୀୟ ଦିନରେ ମଧ୍ୟ ଆୟକର ବିଭାଗ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ବାସଭବନ ସମେତ ମହାରାଷ୍ଟ୍ରର ନାଗପୁର ଏବଂ ରାଜସ୍ଥାନର ଜୟପୁରରେ ଥିବା ଘରେ ତଲାସ ଅଭିଯାନ ଚଳାଇଛି।
ସୋନୁ ସୁଦଙ୍କ ସମ୍ପୃକ୍ତି ଥିବା ମୁମ୍ବାଇର ୬ଟି ସ୍ଥାନରେ ସେପ୍ଟେମ୍ବର ୧୫ ତାରିଖ ଦିନ ପ୍ରଥମେ ଆୟକର ଅଧିକାରୀମାନେ ତଲାସ ଅଭିଯାନ ଚଳାଇଥିଲେ। ସେପ୍ଟେମ୍ବର ୧୬ ତାରିଖ ଦିନ ମଧ୍ୟ ସେମାନେ ପୁଣି ଥରେ ତାଙ୍କ ବାସଭବନକୁ ଯାଇଥିଲେ। ଆଜି ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ତୃତୀୟ ଦିନ ମଧ୍ୟ ଆୟକର ଅଧିକାରୀମାନେ ସୋନୁ ସୁଦଙ୍କ ଘରେ ତଲାସ ଚଳାଇଛନ୍ତି ।
ସୋନୁ ସୁଦଙ୍କର କମ୍ପାନୀର କାରବାରକୁ ନେଇ ଏହି ସର୍ଭେ କରିଥିଲା ଆଇଟି ବିଭାଗ । ଆୟକର ବିଭାଗ ଛଅଟି ସ୍ଥାନରେ ସୋନୁସୁଦଙ୍କ ଲିଙ୍କ ଥିବା ନେଇ ସର୍ଭେ କରିଥିଲା । କୋଭିଡର ଦ୍ୱୀତିୟ ଲହରରେ ଶ୍ରମିକ ମାନଙ୍କୁ ସାହଯ୍ୟର ହାତ ବଢାଇ ଥିଲେ । ଅରବିନ୍ଦ କେଜିରଓ୍ବାଲ ସୋନୁସୁଦଙ୍କୁ ଦେଶ କା ମେଣ୍ଟର ଭାବେ ବ୍ରାଣ୍ଡ ଆମ୍ବାସେଡରଭାବେ ଘୋଷଣା କରିବା ପରେ ଆୟକର ବିଭାଗ ପକ୍ଷରୁ ଚଢାଉ ହୋଇଛି ।