ବାଲେଶ୍ୱର : ବସ୍ତା ବ୍ଲକ ଇଡିଦା ଗ୍ରାମପଞ୍ଚାୟତ ବୁଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ବିଜୁଜନତା ଦଳ ସଭାପତି ସଞ୍ଜୟ ପ୍ରଧାନଙ୍କ ସଭାପତିତ୍ତରେ ଅନୁଷ୍ଠିତ ହୋଇଥିବା , ଉକ୍ତ ସଭାରେ ନୂତନ ଭାବେ ମନୋନୀତ ହୋଇ ବସ୍ତା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ଅଞନ କୁମାର ଦଣ୍ଡପାଟ ଏବଂ ବାଲେଶ୍ୱର ଜୋନ୍ ବିଜୁ ଯୁବ ଜନତା ଦଳ ଉପସଭାପତି ଦେବୀ ପ୍ରସାଦ ଭଞଙ୍କୁ, ଗ୍ରାମ ପଞ୍ଚାୟତ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦାଇତ୍ୱ ପାଇଥିବା ନବ ନିଯୁକ୍ତ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ଵର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଦଳଗତ ନିର୍ବିଶେଷରେ ସଭିଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବେ ବୋଲି ମଧ୍ୟ ସଂକଳ୍ପ ବଦ୍ଧ କହିଥିଲେ। ସେହି ସଭାରେ ଗ୍ରାମପଞ୍ଚାୟତର ବୟୋଜ୍ୟେଷ୍ଠ ବିଜୁ ଜନତାଦଳ ପ୍ରେମି ସତ୍ୟନାରାୟଣ ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ରାଉଳ, ରାଜେନ୍ଦ୍ର ଆଦେକ, ସେହି ସଭାକୁ ପରିଚାଳନାରେ ସହଯୋଗ କରିଥିଲେ। ଏବଂ ଜଳଧର ସେଠୀ, ଧର୍ମେନ୍ଦ୍ର ଜେନା, ସିଂକୁ ସାମନ୍ତ, ହରୀଶଚନ୍ଦ୍ର ସାମଲ, ମିଥୁନ ଚକ୍ରବର୍ତ୍ତୀ,ସୁବାଶିଷ ଦାସ, କିଶୋର ଭୂୟାଁ,ତାରାକାନ୍ତ ବେହେରା, ବିମଳେଶ୍ଵର ବେହେରା, ଅଜୟ ବେହେରା , ପ୍ରଦୀପ ଦାସ, ଗୈାରାଙ୍ଗ ସାମନ୍ତ, ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।
