ଭୁବନେଶ୍ୱର: ଓଡିଶାରେ ଓମିକ୍ରନର ଏଣ୍ଟ୍ରି । ଆଟ ରିସ୍କରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ କୋରୋନା ପଜିଟିଭ । ସମସ୍ତଙ୍କ ନମୁନା ଜିନମ ସିକ୍ୟୁଏନ୍ସ ପାଇଁ ପଠାଯାଇଛି । ଏ ନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସୂଚନା ଅନୁସାରେ, ଗତକାଲି ଆଟ ରିସ୍କରୁ ମୋଟ ୯୮୨ ଜଣ ବ୍ୟକ୍ତି ରାଜ୍ୟକୁ ଆସିଛନ୍ତି । ତେବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ବେଶୀ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ ମିଶ୍ର । ଯଦିଓ କିଛି ଲୋକ ଫୋନ ଉଠାଉ ନାହାନ୍ତି, କିନ୍ତୁ ସେମାନେ ଫେରାର ନାହାନ୍ତି । ତେଣୁ ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ କରୁଛନ୍ତି । ତେବେ ଯଦି ତୃଥୀୟ ଲହର ଆସିଲେ ଏହାକୁ ମୁକବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।