ଭୁବନେଶ୍ୱର: ରାଜ୍ୟରେ ପାଦ ଦେଲା ଓମିକ୍ରନ । ରାଜ୍ୟରେ ଦୁଇ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ । ଉଭୟ ବିଦେଶରୁ ଫେରିଥିଲେ । ଜଣେ ଜଗତସିଂହ ପୁରରୁ ହୋଇଥିବା ବେଳେ ଅନ୍ୟଜଣେ କଟକରୁ ଚିହ୍ନଟ । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି ।
ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ଘର ଜଗତସିଂହପୁର ଓ କଟକ ହୋଇଥିବା ବେଳେ ଜଗତସିଂହପୁର ଆକ୍ରାନ୍ତ ନାଇଜେରିଆରୁ ଫେରିଥିବା ବେଳେ କଟରରୁ ଚିହ୍ନଟ ଆକ୍ରାନ୍ତ କତାରରୁ ଫେରିଥିଲେ । କିଛି ଦିନ ପୂର୍ବରୁ ଏମାନେ ଓଡିଶା ଫେରିଥିଲେ । ଉଭୟଙ୍କ ପରୀକ୍ଷାରୁ ସେମାନେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଉଭୟଙ୍କ ସାମ୍ପୁଲ ପଠାଯାଇଥିଲା ଜେନମ ସିକ୍ୟୁଏନ୍ସିଂ ପାଇଁ ଆଇଏଲଏସ । ସେଠାରେ ଯାଞ୍ଚ ପରେ ଉଭୟ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଉଭୟଙ୍କୁ କଟକରେ ଚିକିତ୍ସା କରାଯାଇଛି । ନାଇଜେରିଆ ଫେରନ୍ତାଙ୍କ ମଧ୍ୟରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।