ମେ ୮ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୩) କମ୍ପୁଟର ବେସିକ ଟେଷ୍ଟ ମୋଡେଲେରେ ହେବ । ଏନେଇ ପରୀକ୍ଷା କାର୍ଯ୍ୟସୂଚି ପ୍ରସ୍ତୁତ କରିଛନ୍ତି ଓଜେଇଇ କର୍ତ୍ତୃପକ୍ଷ । ମେ ୮ରୁ ୧୫ ତାରିଖ ମଧ୍ୟରେ ୫ଦିନ ଧରି ହେବାକୁଥିବା ପରୀକ୍ଷା ପାଇଁ ପ୍ରତିଦିନ ୩ଟି ପ୍ରଯାୟ କରାଯାଇଛି । ପ୍ରଥମ ପ୍ରର୍ଯାୟ ସକାଳ ୯ଟାରୁ ୧୧ଟା ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ୧୨ଟାରୁ ୨.୩୦ ଏବଂ ତୃତିୟ ପର୍ଯ୍ୟାୟ ଅପରାହ୍ନ ସାଢେ ୪ଟାରୁ ସଂଧ୍ୟା ସାଢେ୬ ଟା ପର୍ଯ୍ୟନ୍ତ ହେବ । ଏନେଇ ସମସ୍ତ ସୂଚନା ଓଜେଇଇ ୱେବସାଇଡରେ ଉପଲବ୍ଧ ରହିଛି । ଆବେଦନ କରିମାନେ ନିଜ ଆଡମିଟ କାର୍ଡ ୱେବସାଇଡରୁ ଡାଉନଲୋଡ କରିପାରିବେ । ମେ ୮ତାରିଖରେ ତିନୋଟି ପର୍ଯ୍ୟାୟରେ ଏଲଇ ଟେକ, ମେ ୯ରେ ପ୍ରଥମ ଓ ଦ୍ୱିତୀୟ ପ୍ରର୍ଯ୍ୟାୟରେ ଏମଏସିଏ, ଏମଏସସି ପାଇଁ ପରିକ୍ଷା ହେବ । ତୃତୀୟ ପ୍ରର୍ଯ୍ୟାୟରେ ଏମଟେକ ଏମ ଆର୍କ, ଏମ ପ୍ଲାନ, ଏମ ଫାର୍ମା , ବିସାଟ୍ ପାଇଁ ପ୍ରବେଶିକା ପରିକ୍ଷା ହେବ । ୧୧ତାରିଖରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏମବିଏ ଏବଂ ତୃତୀୟ ପ୍ରର୍ଯ୍ୟୟରେ ଏଲଇ ଟେକ ଓ ବି ସାଟ ପାଇଁ ପରିକ୍ଷା ହେବ । ୧୨ ତାରିଖରେ ସମସ୍ତ ପ୍ରର୍ଯ୍ୟାୟରେ ବି ଫାର୍ମା ପାଇଁ ପରୀକ୍ଷା ହେବ । ସେହିପରି ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଏଲଇ ଟେକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏଲଇ ଫାର୍ମା, ଇଣ୍ଟିଗ୍ରେଟେଡ ଏମବିଏ ପାଇଁ ପ୍ରବେଶିକା ପରୀକ୍ଷା ହେବ ।