ସ୍ଥଗିତ ହେଲା ଅଫଲାଇନ ପରୀକ୍ଷା

ସମ୍ବଲପୁର: ସାରା ରାଜ୍ୟରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଜାରି କରିଛି କଟକଣା । ଏହି କ୍ରମରେ ବୁର୍ଲା ଭିମସାରର ଏମବିବିଏସ ଅଫଲାଇନ ପରୀକ୍ଷାକୁ ୨ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି । କରୋନାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ ।
ତେବେ ପରିସ୍ଥିତିକୁ ଲକ୍ଷ୍ୟ କରି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନ ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର । ବର୍ତ୍ତମାନ ସମୟରେ ଏମବିବିଏସ PMB-୧ ଓ PMB-୨ ପରୀକ୍ଷା ହେବାର ଥିଲା । ତେବେ ଏହାକୁ ୨ସପ୍ତାହ ପାଇଁ ସ୍ଥଗିତ ରଖିବା ସକାଶେ କୂଳପତିଙ୍କୁ ପତ୍ର ଲେଖିଥିଲେ ନିର୍ଦ୍ଦେଶକ । ଫଳରେ କୂଳପତିଙ୍କ ଅନୁମତି ପରେ ପରୀକ୍ଷା ଘୁଂଚିଛି ।