ଭୁବନେଶ୍ୱର: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଅଫିସ ଘର । ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ସଂସାର ଉଦୟ ଉଦ୍ୟୋଗ ବିଲଡିଂରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ତୃତୀୟ ମହଲାରେ ଥିବା ହାଭେଲ୍ସ ଅଫିସ ଗୋଦାମ ପୋଡି ପାଉଶ ହୋଇଯାଇଛି ।
ଖବର ପାଇ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଏବଂ କଳ୍ପନା ଅଗ୍ନିଶମ ବାହିନୀ ସମେତ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ନିଅାଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଅଧିକ ଧୂଆଁ ଯୋଗୁ ଅକ୍ସିଜେନ ସିଲିଣ୍ଡର ସାହାଯ୍ୟରେ ନିଅାଁ ଲିଭା ଯାଉଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।