ପ୍ରବାସୀ ଓଡିଆଙ୍କୁ ଭୁବନେଶ୍ୱରରେ ଛାଡି ପଳାଇଲା ବସ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପ୍ରବାସୀ ଓଡିଆଙ୍କୁ ଭୁବନେଶ୍ୱରରେ ଛାଡି ପଳାଇଲା ବସ । ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି । ତେଲେଙ୍ଗାନାରୁ ୪୦ ଜଣ ଯାତ୍ରୀ ଦେଇ ଏହି ବସଟି ବାଲେଶ୍ୱର ଅଭିମୁଖେ ବାହାରିଥିଲା । ହେଲେ ଆଜି ଭୋର ୫ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ବରମୁଣ୍ଡା ବସ ଷ୍ଟାଣ୍ଡରେ ଛାଡି ପଳାଇଥିଲା । ଏ ନେଇ ଖବର ମିଳିବା ପରେ ପୋଲିସ ସେମାନଙ୍କ ନିକଟରେ ପହଞ୍ଚିବା ସହ ଏ ଘଟଣାରେ ବିଏମସିକୁ ଅବଗତ କରାଯାଇଥିଲା ।