ଜଗତସିଂହପୁର: ଭିଜିଳାନ୍ସ ଜାଲରେ ଆରଆଇ । ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେଇ ଧରାପଡିଲେ ଏରସମା ସର୍କଲ ଗୋଡ଼ାର ଆରଆଇ ନୃସିଂହ ଚରଣ ରାଉତ। । ଜମି ମ୍ୟୁଟେସନ ପାଇଁ ୬ ହଜାର ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଜମି ମ୍ୟୁଟେସନ ମାମଲାରେ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତବ୍ୟକ୍ତି ଜଣଙ୍କ ଭିଜିଲାନ୍ସଙ୍କୁ ଜଣାଇଥିଲେ।
ଆଜି ସେହି ବ୍ୟକ୍ତିଜଣଙ୍କ ଆରଆଇଙ୍କୁ ଲାଞ୍ଚନେବା ସମୟରେ ତାଙ୍କୁ ଧରିବା ସହ ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି। ଏଥି ସହିତ ନୃସିଂହ ଚରଣ ରାଉତଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ବର୍ତ୍ତମାନ ଚଢାଉ ଚାଲିଥିବା ବେଳେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।