ନୂଆଦିଲ୍ଲୀ: ଆମ ଓଡିଶାର ସବୁଠାରୁ ବଡଧାମ ଜଗନ୍ନାଥଙ୍କ ଧାମ । ଯେଉଁ ଧାମ ନାଁ ଶୁଣିଲେ ୪ କୋଟି ଜନତାଙ୍କ ମନ ଭିତରେ ଖେଳି ଉଠେ ସିଂହରଣା । କାରଣ ଜଗତର ଜଗନ୍ନାଥ ହେଉଛନ୍ତି ରକ୍ଷା କର୍ତ୍ତା । ତେବେ ଓଡିଶାର ଲୋକଙ୍କୁ ଯିଏ ବି ପଚାରିବ ତୁମ ପର୍ଯ୍ୟଟନ ସ୍ଥଳୀକିଏ, ପ୍ରଥମତଃ ସମସ୍ତେ କହିବେ ପୁରୀ । କାରଣ ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ । ଫଳରେ ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ । ଶ୍ରେଷ୍ଠ ବନ୍ୟଜନ୍ତୁ ଭାବେ ଭିତରକନିକା ପୁରସ୍କୃତ ହୋଇଛି । ସେହିପରି କୋଣାର୍କକୁ ମିଳିଲା ଶ୍ରେଷ୍ଠ ଆଇକନିକ ପୁରସ୍କାର । । ୬୭୨ ବର୍ଗ କିଲୋମିଟର ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟ ଓ ୧୪୫ ବର୍ଗ କିଲୋମିଟର ବିଶିଷ୍ଟ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଆସିଛି । ଜୈବ ବିବିଧତା ପାଇଁ ଭିତରକନିକାକୁ ଆନ୍ତର୍ଜାତୀକ ରାମସାର ସାଇଟ ମାନ୍ୟତା ବି ମିଳିଛି ।ସେହିପରି ଶ୍ରୀଜିଉଙ୍କ ଘୋଷଯାତ୍ରା ତ ବିଶ୍ବପ୍ରସିଦ୍ଧ । କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଆରା ନିର୍ମାଣକୁ ଆଇକନିକ ସ୍ଥଳ ଭାବେ ବିବେଚନା କରିବା ସହ ସମ୍ମାନ ମିଳିଛି ।