ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ରାଜ୍ୟ ପରିବହନ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଯେଉଁମାନଙ୍କ ପାଖରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଅଛି ସେହି ଯାନ ବାହାନ ଗୁଡ଼ିକ ପାଇଁ ୧୦ ଜାନୁଆରି ଠାରୁ ଗ୍ରୀନ୍ ଷ୍ଟିକର୍ ଦିଆଯିବ। ନିଜ ନିକଟସ୍ଥ ଆଞ୍ଚଳିକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ଏହି ଗ୍ରୀନ୍ ଷ୍ଟିକର୍ ପାଇ ପାରିବେ । ଷ୍ଟିକର୍ ଜାରି କରିବା ପୂର୍ବରୁ ଆରଟିଓ ଅଧିକାରୀମାନେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ ବାହନ ଡାଟାବେସ୍ରେ ଥିବା ରେକର୍ଡକୁ ଯାଞ୍ଚ କରିବେ ।

ସେପଟେ ମାର୍ଚ୍ଚ ମାସ ଯାଏ PUC ସାର୍ଟିଫିକେଟ୍ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ PUC ସାର୍ଟିଫିକେଟ ବାହାର କରିବା ନେଇ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଥିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ପୂର୍ବରୁ ଫେବୃଆରୀ ୧ ତାରିଖ ଯାଏ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଏବେ ତାହାକୁ ଆଉ କିଛି ଦିନ ବୃଦ୍ଧି କରାଯାଇଛି । ତେବେ ମାର୍ଚ୍ଚ ପରେ ପରେ ଚେକିଂ କଡ଼ାକଡ଼ି କରାଯିବ । ତା ପରେ ଆଉ ଗାଡିଚାଳକଙ୍କୁ ତ୍ରାହି ମିଳିବନି ।