କଟକ(ଜଗନ୍ନାଥ ମହାନ୍ତି): ବିସିସିଆଇ ଘରୋଇ ସିଜିନ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ଓଡିଶା ଦଳ ଘୋଷଣା କରାଯାଇଛି । ଆଜି ବିଧିବଦ୍ଧ ଭାବରେ ୨୧ ଜଣିଆ ଦଳ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) । ଏହି ଦଳର ଅଧିନାୟକ ଭାର ରାଜେଶ ଧୂପରଙ୍କୁ ପ୍ରଦାନ କରାଯାଇଛି । ଏହାସହ ଦକ୍ଷ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟଙ୍କୁ ଏହି ଟ୍ରଫି ପାଇଁ ବିଶ୍ରାମ ଦିଆଯାଇଛି । ଚଳିତ ମାସ ୨୭ ତାରିଖରେ ଓଡିଶା ଲଖନଉ ଗସ୍ତ କରୁଥିବା ବେଳେ ନଭେମ୍ବର ୪ରୁ ଓଡିଶାର ଅଭିଯାନ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଗୋଆ , ପରେ ତାମିଲନାଡୁ, ମହାରାଷ୍ଟ୍ର , ପଞ୍ଜାବ ଓ ପୁଡୁଚେରୀକୁ ଭେଟିବ ଓଡ଼ିଶା । ତେବେ ଗତ ବର୍ଷ କୋଭିଡ ଯୋଗୁଁ ଅଭ୍ୟାସ ବାଧାପ୍ରାପ୍ତ ହେବାରୁ ଓଡିଶା ମୁସ୍ତାକ ଅଲି ଟ୍ରଫିରେ ଆଖି ଦୃଷ୍ଟିଆ ପଦର୍ଶନ କରି ପାରି ନଥିଲା । କିନ୍ତୁ ଚଳିତ ଟ୍ରଫିରେ ଓଡିଶା କ୍ରିକେଟ ଟିମରୁ ଭଲ ପଦର୍ଶନ କରିବା ନେଇ ଆଶା ରଖିଛି ଓସିଏ