ହାତ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ
ଆଗାମୀ ଲୋକସଭା ନିର୍ବାଚନ ଓ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଅଦଳବଦଳ କରିବାରେ ଲାଗିଛନ୍ତି ନେତା ।
(ଭୁବନେଶ୍ୱର) : ଆଗାମୀ ଲୋକସଭା ନିର୍ବାଚନ ଓ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଅଦଳବଦଳ କରିବାରେ ଲାଗିଛନ୍ତି ନେତା । ତେବେ ଗୋଟିଏ ପଟେ କଂଗ୍ରେସ ନିଜର ସଙ୍ଗଠନ ମଜବୁତ କରିବାକୁ ଲାଗିପଡ଼ିଥିବା ବେଳେ ଏହି ସମୟରେ ଦଳକୁ ଲାଗିଛି ବଡ଼ ଝଚକା । ଦଳର ହାତ ଛାଡ଼ି ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।
ସୂଚନାନୁଯାୟୀ ରାଜ୍ୟ କଂଗ୍ରେସର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ ରଜତ । ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଥିଲେ ରଜତ ଚୌଧୁରୀ । ପରେ ତାଙ୍କୁ ପିସିସି ସାଧାରଣ ସଂପାଦକ ପଦ ମିଳିଥିଲା । ବର୍ତ୍ତମାନ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି । କଂଗ୍ରେସ ଛାଡ଼ିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏନେଇ ରଜତ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।