ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାରିଝୋଳା ଗ୍ରାମରେ ଅ।ଜି ଅନୁଷ୍ଠିତ ହୋଇଯାଇଛି ଅ।ମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅ।ସିକା ସାଂସଦ ପ୍ରମିଳା ବିଷୋଇ ଓ ଅ।ସିକା ବିଧାୟିକା ମଂଜୁଳା ସ୍ଵାଇଁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଯ୍ୟୋତିମୟୀ ସ୍ଵାଇଁ ଯୋଗ ଦେଇଥିଲେ । ଏଥିସହ ବିଭିନ୍ନ ସରକାରୀ ଯୋଜନା ଓ ତାର ସଫଳ ରୂପାୟନ ନେଇ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ନିଜର ବକ୍ତବ୍ୟରେ ସୂଚାଇ ଥିବା ବେଳେ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବ୍ଲକର ସମସ୍ତ ଗ୍ରାମ ପଂଚାୟତର ପଂଚାୟତ ପ୍ରତିନିଧି ମାନେ ମଧ୍ୟ ଯୋଗଦାନ କରିଥିଲେ । ଏପରି କି କବିସୂର୍ଯ୍ୟନଗର ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ମଧ୍ୟ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସଂମ୍ପୂର୍ଣ୍ନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସୁନାରିଝୋଳା ଗ୍ରାମ ପଂଚାୟତର ସରପଂଚ ଓ ସମିତିସଭ୍ୟ ।