ରୁଚିକାଙ୍କ ନ୍ୟାୟ ଦାବୀରେ ୧୯ରେ ଓଡିଶା ବନ୍ଦଡାକରା

 ଭୁବନେଶ୍ୱର:ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା ୧୨ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ।ରୁଚିକାଙ୍କ ମା କଲେଜ ଆଗରେ ଧାରଣା ଦେଇଥିବା ବେଳେ ପୋଲିସ ତାଙ୍କୁ ଯୋର ଜବରଦସ୍ତ ତାଙ୍କୁ ଉଠାଇ ଧାରଣାସ୍ଥଳରେ ନେଇ ଛାଡିଥିଲେ ।ରୁଚିକାଙ୍କୁ ନ୍ୟାୟ ଦାବୀରେ ନବ ନିର୍ମାଣ କୃଷକ ସଂଗଠନ , ଛାତ୍ର ସଂଗଠନ ଆସନ୍ତା ୧୯ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସଂଗଠନ ପକ୍ଷରୁ ଆସନ୍ତା ୧୭ ତାରିଖରେ କଟକ ଡିଜିପି ଅଫିସ ଆଗରେ ମୌନବ୍ରତ ଧାରଣା ଦିଆଯିବାଓଡ଼ିଶା ବନ୍ଦ ସମର୍ଥନ ପାଇଁ ରୁଚିକାଙ୍କ ମା’ ବିଦୁପ୍ରଭା ମହାନ୍ତି ଆବେଦନ କରିଛନ୍ତି। ସେହିପରି ସଂଗଠନ ଆଗାମୀ ୧୭ ତାରିଖ ଦିନ ପୁଲିସ ଡିଜି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ। ଏହି ଧାରଣାରେ ସମସ୍ତ ରାଜନୈତିକ ଦଳ ସାମିଲ ହେବା ପାଇଁ ସଂଗଠନର ଆବାହକ ଅକ୍ଷୟ କୁମାର ନିବେଦନ କରିଛନ୍ତି। ସେହିପରି ୧୪ ଓ ୧୫ ତାରିଖରେ ବିଭିନ୍ନ କଲେଜ ବୁଲି ଛାତ୍ରଛାତ୍ରୀମାନଙ୍କୁ ରୁଚିକାଙ୍କ ମା ଓ ନବନିର୍ମାଣ ଛାତ୍ର ସଂଗଠନ ଅନୁରୋଧ କରିବ ।ତେବେ ରୁଚିକାଙ୍କୁ ବହୁତ ଜଲଦି ନ୍ୟାୟ ମିଳିବା ନେଇ ସମସ୍ତେ ଆଶାବାଦୀ ।