ନର୍ସିଂ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱ ସ୍ତରରେ ଓଡିଶାକୁ ପ୍ରତିନିଧିତ୍ୱ କରୁଛନ୍ତ ରୁଦ୍ର ଭାନୁ ସତପଥୀ

ଇଣ୍ଡୋନେସିଆ: ଓଡିଆ ଏକାଡେମିକ ଉଦ୍ୟୋଗୀ ରୁଦ୍ର ଭାନୁ ସତପଥୀ, ନର୍ସିଂ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱ ସ୍ତରରେ ଓଡିଶାକୁ ପ୍ରତିନିଧିତ୍ୱ କରୁଛନ୍ତି । ରାଧିକାବାଇ ମେଘେ ମେମୋରିଆଲ କଲେଜ୍ ଅଫ୍ ନର୍ସିଂ, ଦତ୍ତା ମେଘେ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର ଏଜୁକେସନ ଆଣ୍ଡ ରିସର୍ଚ ଟିରଥାନକର ପଶ୍ୱର୍ନାଥ କଲେଜ ଅଫ ନର୍ସିଂ ଏବଂ ମୋରାଡାବାଦ ,ଉତ୍ତର ପ୍ରଦେଶର ଟିରଥାନକର ମହାବରୀ ବିଶ୍ୱବିଦ୍ୟାଳୟ ଙ୍କ ସହଭାଗିତାରେ ତାଙ୍କର ସଂଗଠନ ‘ସୋସାଇଟି ଫର ନର୍ସି ପ୍ରାକ୍ଟିସେସେ୍ (ଏସଏଫଏନଫି) ନର୍ସିଂ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ସେବା ଉପରେ ଷଷ୍ଠ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିଥିଲେ । ଇଣ୍ଡୋନେସିଆରେ ଆୟୋଜିତ ହୋଇଥିବା ଏହି ଭର୍ଚୁଆଲ ସମ୍ମିଳନୀ ୧୬ ଏବଂ ୧୭ଜୁନ,୨୦୨୩ ରେ ଅନୁଷ୍ଠିତ ହୋଇଥିଲା ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ତଥା ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଗକୁ ବଢାଇବା ବିଷୟରେ ଆଲୋଚନା କରିବା ପାଇଁ ବିଶ୍ୱର ନର୍ସିଂ ବିଶେଷଜ୍ଞମାନଙ୍କୁ ଏକତ୍ର କରିଥିଲେ ।
ଏହି କାର୍ଯ୍ୟକ୍ରମ ବିଷୟରେ ଏସଏଫଏନପି ର ସିଇଓ ରୁଦ୍ର ଭାନୁ ସତପଥୀ କହିଛନ୍ତି , ‘ ମୋ ରାଜ୍ୟ ଓଡିଶା ହେଉଛି ପ୍ରଥମ ରାଜ୍ୟ ଯେଏକି ୨୦୨୩ ମସିହାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନର୍ସିଂ ନିର୍ଦ୍ଦେଶାଳୟ ପାଇଛି । ସମଗ୍ର ବିଶ୍ୱ ଆନ୍ତର୍ଜାତୀୟ ନର୍ସ ଏବଂ ମିଡୱାଇଫ୍ ବର୍ଷ ପାଳନ କରୁଥିବା ବେଳେ , ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ କିପରି ନର୍ସିଂକୁ ମଜବୁତ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ନର୍ସ ଏବଂ ମିଡୱାଇଫମାନେ ଏହି ସୁଯୋଗକୁ ବ୍ୟବହାର କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ଏହି ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା । ଏସଏଫଏନପି ଓଡିଶାର ନର୍ସି ସେବାକୁ ବିଶ୍ୱ ଫୋରମରେ ନେବା ପାଇଁ ଅପେକ୍ଷା କରିଛି ।”
‘ ନର୍ସ ଟୁଗେଦର ଫର ଗ୍ଲୋବାଲ ହେଲଥ ଆଡଭାନ୍ସମେଣ୍ଟ’ ବିଷୟବସ୍ତୁରେ ଆୟୋଜିତ ଏହି ସମ୍ମିଳନୀ ରେ ନର୍ସମାନେ ସମାଜର ସ୍ୱାସ୍ଥ୍ୟସେବା ଯୋଗାଇବା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ଗୁରୁତ୍ୱାରୋପ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିଶ୍ୱସ୍ତରୀୟ ନର୍ସିଂର ବଢୁଥିବା ଗୁରୁତ୍ୱ ସହିତ ,ନୀତି ନିର୍ଣ୍ଣୟକାରୀ ଏବଂ ସ୍ୱାସ୍ଥ୍ୟ ବୃତ୍ତିଗତମାନେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ନର୍ସିଂର ମହତ୍ୱକୁ ଅଧିକ ସ୍ୱୀକୃତି ଦେଉଛନ୍ତି ।
ଏହି ସମ୍ମିଳନୀକୁ ସୋସାଇଟି ଫର ନର୍ସିଂ ପ୍ରାକ୍ଟିସେସେ ଏବଂ ବୋୟୋ ଲିଗସ ,ଭରତ (ଟେକ୍ନୋରେ ଗ୍ରୁପ୍ର ଏକ ୟୁନିଟି)ର ସିଇଓ ତଥା ପ୍ରତିଷ୍ଠାତା ରୁଦ୍ର ଭାନୁ ସତପଥୀ ଉଦଘାଟନ କରିଥିଲେ । ଏସଆରଏମଏମସିଓଏନ ର ଅଧ୍ୟକ୍ଷ ଓ ପ୍ରଫେସର ଡ ସୀମା ସିଂ, ଇନଷ୍ଟିଚ୍ୟୁଟ ଅଫ ହାୟର ଏଜୁକେସନ ଆଣ୍ଡ ରିସର୍ଚ, ମହାରାଷ୍ଟ ର ଟିରଥାନକର ପଶ୍ୱର୍ନାଥ କଲେଜ ଅଫ ନର୍ସିଂ ,ଟିଏମୟୁ, ଉତ୍ତର ପ୍ରଦେଶ ଅଧ୍ୟକ୍ଷ ସେଓଳି ସେନ, ପଞ୍ଜାବର କଲେଜ ଅଫ ନର୍ସିଂ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରଫେସର ଡ ହର୍ଦିପ କୌର ସମ୍ମିଳନୀରେ ଯୋଗ ଦେଇଥିଲେ ।
ନର୍ସିଂ କ୍ଷେତ୍ରରେ ପ୍ରଖ୍ୟାତ ମୁଖ୍ୟ ବକ୍ତା, ଅବଦୁଲ୍ଲା ଅଲ୍ଲି ନାଗାଲା, ମର୍କଲାଇନ ମବେଲେସିଆ, କାରୋଲ ‘ଗର୍ଟ’ ମାୟେସ, ଡ ହର୍ଦିପ କୌର ,ଡ ଶୋବାନା ଗଙ୍ଗାଧରନ, ଡ ଚଙ୍ଗ ମେଚାନ, ଡ ବେଞ୍ଜାମିନ ଜୋଏଲ ବ୍ରେବୋନେରିଆ , ଡ ଭିମାଲା ରାମୋ ଏବଂ ପ୍ୟାଟ୍ରିଆଟ ହାରିଓ ଟି ଏମଡି ସମ୍ମିଳନୀରେ ଯୋଗ ଦେଇ ନିଜର ଅଭିଜ୍ଞତା ଓ ଜ୍ଞାନ ବାଣ୍ଟି ଥିଲେ ।
୨୫୦ରୁ ଅଧିକ ରିସର୍ଚ୍ଚ ପେପର୍ସ ଦାଖଲ କରାଯାଇଥିବା ବେଳେ ସମୀକ୍ଷା ପ୍ରକ୍ରିୟା ପରେ ଉପସ୍ଥାପନ ପାଇଁ ୧୫୦ରୁ ଅଧିକ ପେପର୍ସ ଦାଖଲ କରାଯାଇଥିଲା । ଇଣ୍ଡୋନେସିଆ, ମାଲେସିଆ,ଜାପାନ, ଆଲବେନିଆ ,ନେପାଳ, ସାଉଦି ଆରବ, ଦୁବାଇ, ଫିଲିପିଇନ୍ସ ଏବଂ ଭାରତ ସମେତ ବିଭିନ୍ନ ଦେଶାର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଉପସ୍ଥାପିତ ରିସର୍ଚ୍ଚ ପେପର୍ସ ଗୁଡିକୁ ନର୍ସିଂ ବିଶେଷଜ୍ଞଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବାପରେ ଉଲ୍ଲେଖନୀୟ ପେପର୍ସ ଗୁଡିକୁ ସମ୍ମାନିତ କରାଯାଇଥିଲା ।