ମିନେରାଲ ବେସଡ଼ ଶିଳ୍ପ ଲାଗି ଅନୁକୂଳ ସ୍ଥାନ ହୋଇଛି ଓଡିଶା, ଏହା ଆମ ପାଇଁ ଗର୍ବର କଥା, ପ୍ରଶ୍ନକାଳରେ ବିରୋଧୀଙ୍କୁ ତେରେଛା ବାଣ ମାରିଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୁମ୍ବାଇ ରେ ବସି କେମିକାଲ ଠାରୁ ଆରମ୍ଭ କରି ଆଇଟି ଓ ପ୍ଲାଷ୍ଟିକ ସେକ୍ଟରରେ ଓଡିଶାକୁ ପୁଞ୍ଜି ଆଣିବା ପାଇଁ ପୁଞ୍ଜିପତି ମାନଙ୍କ ପାଖରେ ବସିଛନ୍ତି । ଦଶ ଲକ୍ଷ କୋଟି ଟଙ୍କାର ଇଣ୍ଟେଣ୍ଡ ଇନଭେଷ୍ଟମେଣ୍ଟ ଆସିଛି।ଶିଳ୍ପ କ୍ଷେତ୍ରରେ ଆଜି ଯେଉଁ ପୁଞ୍ଜି ନିବେଶ ହେଉଛି, ତାର ମୂଳ ଲକ୍ଷ ହେଉଛି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।ମିନେରାଲ ବେସଡ଼ ଶିଳ୍ପ ଲାଗି ଅନୁକୂଳ ସ୍ଥାନ ହୋଇଛି ଓଡିଶା, ଏହା ଆମ ପାଇଁ ଗର୍ବର କଥା। ପ୍ରଶ୍ନକାଳରେ ବିରୋଧୀଙ୍କୁ ତେରେଛା ବାଣ ମାରିଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ। ସେପଟେ ପ୍ରଶ୍ନକାଳରେ ରାଜ୍ୟରେ ଥିବା ଶିଳ୍ପନୁଷ୍ଠାନରେ ସ୍ଥାନୀୟ ନିଯୁକ୍ତି ନେଇ ଗୃହରେ ଉଦବେଗ। ମନ୍ତ୍ରୀଙ୍କ ଉତ୍ତର ଆର ଆର ପଲିସିରେ ଦିଆଯଉଛି ନିଯୁକ୍ତି ।କୁଶଳୀ, ଅଣ କୁଶଳୀ ଏବଂ ଅର୍ଦ୍ଧ କୁଶଳୀ ସମସ୍ତଙ୍କୁ ନିଯୁକ୍ତି ଦେବାକୁ ବ୍ୟବସ୍ତା ରହିଛି।