କଟକ:- ଏଫ.ଏମ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ଏସଆଇଟି ତଦନ୍ତ ଆବଶ୍ୟକତା ନାହିଁ ବୋଲି କହିଲେ ହାଇକୋର୍ଟ । ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ ଦିଆଯାଇଛି । ଏଫ.ଏମ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଏବେ ବେଶ ସରଗରମ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମତ ରଖିଥିଲେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ଘଟଣା ସମ୍ପର୍କରେ ଜାଣିବା କ୍ଷଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବଦ୍ଧ ପରିକର । ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦିଆଯିବ । ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଆଡଭୋକେଟ ଜେନେରାଲ ।