MSME ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ଵର: ରାଜ୍ୟ ସରକାର ଭୂମି ବ୍ୟବହାର ପରିବର୍ତ୍ତନ ସହିତ ଜଡିତ ପ୍ରମୁଖ ଶୁଳ୍କ ଛାଡ଼ କରି MSME ଉଦ୍ୟୋଗୀଙ୍କୁ ସମର୍ଥନ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଅନୁମୋଦିତ ସର୍ତ୍ତାବଳୀ ଅନୁଯାୟୀ ଭୂମି ବ୍ୟବହାର ପରିବର୍ତ୍ତନ ପାଇଁ କ୍ଷୁଦ୍ର, ଅଣୁ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଆଉ ପରିବର୍ତ୍ତନ ଶୁଳ୍କ କିମ୍ବା ଲିଜ୍ ଶୁଳ୍କ ଦେବାକୁ ପଡିବ ନାହିଁ।

ତେବେ MSME ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି । କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କିସମ ପରିବର୍ତ୍ତନ କରିବାକୁ ପଡ଼ିବନି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଓ ଭଡ଼ା ଛାଡ଼ ପାଇଁ ନିଷ୍ପତ୍ତି । ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କର ୧% ଦେବାକୁ ପଡୁଥିଲା । ଏଥିସହ ୧% ଭଡ଼ା ମଧ୍ୟ ଦେବାକୁ ପଡୁଥିଲା, ଏବେ ଏହି ୨ଟି ଯାକ ଛାଡ଼ । କେନ୍ଦ୍ରର ପୋର୍ଟାଲରେ ଥିବା ସହ ଜିଲ୍ଲା କମିଟି ଅନୁମୋଦିତ ହୋଇଥିଲେ ସୁବିଧା ମିଳିବ ।ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଓ ପ୍ରତ୍ନତାତ୍ତ୍ବିକ ଜମି ପାଇଁ ଏହି ସୁବିଧା ଲାଗୁ ହେବନି । ଉଦ୍ୟୋଗୀମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ।