ଝାଡଖଣ୍ଡ; ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଚାଲିଛି ଜୋରଦାର ପ୍ରଚାର । ସିଟ ହାତେଇବାକୁ ଜୋରସୋର କସରତ କରୁଛନ୍ତି ନେତା ।ସବୁଠାରୁ ବଡକଥା ହେଉଛି, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ସାଜିବେ ଆକର୍ଷଣର କେନ୍ଦ୍ରବିନ୍ଦୁ ।ନିଜର ଦଳୀୟ ନେତାଙ୍କ ପାଇଁ ମାଗିବେ ଭୋଟ୍ । ରାଉରକେଲାରୁ ସିଧାସଳଖ ଝାଡ଼ଖଣ୍ଡ ଗସ୍ତ କରିଛନ୍ତି ମୋହନ ମାଝୀ । ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନଭେମ୍ବର ୮ ତାରିଖରୁ ତିନିଦିନିଆ ଗସ୍ତରେ ଯାଇ ଝାଡ଼ଖଣ୍ଡରେ ପ୍ରଚାର କରିଥିଲେ । ତେବେ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ । ପ୍ରଚାର ସମୟରେ ନବୀନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନଙ୍କ ସରକାର ଖଣି ଲୁଟ କରୁଥିଲା । ଓଡିଶା ଲୋକେ ମନ ବଳାଇଲେ ,ସରକାର ପରିବର୍ତ୍ତନ ହେଲା । ଓଡିଶାରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା,ତାହା ପୂରଣ କରିଛି ।