ଶ୍ରୀ ଜୀଉ ଙ୍କ ପ୍ରିୟ ଖାଦ୍ୟ ପଖାଳ, ଆଜି ରାଜ୍ୟ ପାଳୁଛି ପଖାଳ ଦିବସ

ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ଯୋଡ଼ି ହୋଇ ରହିଥିବା ପଖାଳ ପାଲଟିଛି ଓଡ଼ିଆଙ୍କ ପରିଚୟ । ଓଡ଼ିଆ ଙ୍କ ପସନ୍ଦ ପଖାଳ । ଖାଲି ଓଡ଼ିଆ ନୁହେଁ ଶ୍ରୀ ଜୀଉ ଙ୍କ ପ୍ରିୟ ଖାଦ୍ୟ ପଖାଳ । ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି।
ପଖାଳ କୁ ଭଲ ପାଆନ୍ତି କାଳିଆ ସାଆନ୍ତ । କୋଟି କୋଟି ଓଡ଼ିଆ ଙ୍କ ମଉଡମଣୀ ଆରାଧ୍ୟ ଦେବତା ଜଗନ୍ନାଥ ଙ୍କ ର ବି ପ୍ରିୟ ଖାଦ୍ୟ ପଖାଳ । ବଡ଼ ଦେଉଳ ରେ ଛପନ ପଉଟି ଭୋଗ ବ୍ୟବସ୍ଥା ଥିଲେ ବି କାଳିଆ ର ଆଦରର ଖାଦ୍ୟ ପଖାଳ । ଆଜି ହେଉଛି ପଖାଳ ଦିବସ ତେବେ କାଳିଆ ପାଖରେ ଖଞ୍ଜା ୫ ପ୍ରକାର ପଖାଳ ଭୋଗ । ସୁବାସିତ ପଖାଳ,ମିଠା ପଖାଳ,ଟଭା ପଖାଳ, ଚିପୁଡ଼ା ଓ ଦହି ପଖାଳ ଭୋଗ ଲାଗେ । ନୀତି ତିନି ଧୂପରେ କାଳିଆ ଶାଆନ୍ତ ଙ୍କୁ ପଖାଳ ପରସାଯାଏ । ଏହାକୁ ପ୍ରସ୍ତୁତ କରନ୍ତି ମହାପ୍ରଭୁଙ୍କ ତୁଣ ସୁଆର ଓ ଥାଳି ସୁଆର ସେବକ । ରୋଷେଇ ଘରେ ଅଛି ଦୁଇଟି ଦୁଇ ଟି ସ୍ୱତନ୍ତ୍ର ପଖାଳ କୁଣ୍ଡ । ପଖାଳ ବାଢ଼ିବା ପାଇଁ ସ୍ୱତନ୍ତ୍ର ମାଟିପାତ୍ର ତଥା ପଖାଳ ଓଳି ରହିଛି । କୋଟି ଓଡ଼ିଆଙ୍କ ପ୍ରାଣ ଶ୍ରୀ ଜଗନ୍ନାଥ ଙ୍କୁ ମଧ୍ୟ ପଖାଳ ଅର୍ପଣ କରିବାର ବିଧି କାହିଁ କେଉଁ ପୁରୁଣା । ପ୍ରତିଦିନ ଦ୍ବିପ୍ରହର ଧୂପ,ସନ୍ଧ୍ୟା ଧୂପ,ବଡ଼ ସିଂହାର ଭୋଗରେ ଠାକୁର ଙ୍କୁ ପଖାଳ ଭୋଗ ଅର୍ପଣ ହୁଏ ।