ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

କେନ୍ଦୁଝର : ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ସହାୟତାରେ ଜୈବ ବିବିଧତା ପରିଚାଳନା ସମିତି ଦକ୍ଷତା ବୃଦ୍ଧି ତାଲିମ ଦିଆଯିବ । ଏଠାରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଟି ଉନ୍ନୟନ ଅଧିକାରୀ ଈଶ୍ୱର ଚନ୍ଦ୍ର ନାୟକ ,ସମ୍ମାନୀତ ଅତିଥି ଭାବେ ପାଟଣା ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର ଜୈବ ବିବିଧତା ବୋର୍ଡର ସଂଯୋଜକ ଡ଼ଃ ଶୁଭ୍ରାଂଶୁ ନାୟକ , ଭବାନୀ ଶଙ୍କର ମହାପାତ୍ର ଗବେଷକ ପ୍ରଭାକର ସାହୁ ପ୍ରମୁଖ ଯୋଗ ଦେଇ ଆମ ପରିବେଶରେ ଜୈବ ବିବିଧତାର ଉପକରିତା ,ତାର ପ୍ରତିକାର ଏବଂ ଏହାକୁ କିପରି ସଂରକ୍ଷିତ କରାଯାଇ ପାରିବ କାର୍ଯ୍ୟକ୍ରମ ରେ ଉପସ୍ଥିତ ପାଟଣା,ସାହାରପଡା ବ୍ଲକ ସରପଞ୍ଚ ଓ ପଞ୍ଚାୟତ ସ୍ତରୀୟ ବି. ଏମ.ସି ର କର୍ମକର୍ତ୍ତା ମାନଙ୍କୁ ବିସ୍ତାର ଭାବରେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମ କୁ କେନ୍ଦୁଝର ସପନା ପରିବାରର ମନୋରଞ୍ଜନ ମିଶ୍ର ,ସାଗରନାଥ ଜେନା ପରିଚାଳନା କରିଥିଲେ ।