ରାଜ୍ୟ ସରକାର ନିଷ୍ପତି ନ ନେବା ପର୍ଯ୍ୟନ୍ତ ଖୋଲିବନି ଦୋକାନ,ପୋଲିସ କମିଶନର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜିଠୁ ଦେଶରେ ସର୍ତମୂଳକ ଭାବେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ ମନ୍ତ୍ରାଳୟ । ଗତକାଲି ଏ ନେଇ ବିଜ୍ଞପ୍ତି ଜାରି ହେବା ପରେ ଓଡିଶାରେ ଦୋକାନ ଖୋଲିବା ନେଇ ବର୍ତମାନ ଦ୍ୱନ୍ଦ ସୃଷ୍ଟି ହୋଇଛି । ରେସିଡେନସିଆଲ ଓ ମାର୍କେଟ କମ୍ପଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଅନ୍ୟପକ୍ଷରେ ଦୋକାନ ଖୋଲିବାକୁ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଟ୍ୱିଟ୍‌ ଯୋଗେ ପ୍ରତିକ୍ରିୟା ରଖିଛନ୍ତି କଟକ-ଭୁବନେଶ୍ୱର ଟ୍ୱିନ୍‌ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି, ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ଦେଖିବା ପରେ ଦୋକାନ ଖୋଲିବ ନା ନାହିଁ, ନିଷ୍ପତ୍ତି ହେବ, ମାତ୍ର ପୂର୍ବରୁ ଯେଉଁ ସବୁ ଦୋକାନ ଖୋଲା ରଖିବାକୁ ସରକାରଙ୍କ ତରଫରୁ ଅନୁମତି ଦିଆଯାଇଥିଲା ସେମାନେ ର୍ନିଦ୍ୱନ୍ଦ୍ୱରେ ଦୋକାନ ଖୋଲି ପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର । ତେବେ ଯେ ପର୍ୟ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସେ ପର୍ୟ୍ୟନ୍ତ ପୂର୍ବ ନିୟମ ବଳବତ୍ତର ରହିବ। କୋହଳ ହେବ କି ନାହିଁ, ସମସ୍ତ ଦୋକାନ ଖୋଲିବ କି ନାହିଁ ତାହା ରାଜ୍ୟ ସରକାର ନିଷ୍ପତି ନେବେ । ତେବେ ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ନଜରରେ ରଖି ନିଷ୍ପତି ନିଆଯିବା ସହ ରାଜ୍ୟ ସରକାରଙ୍କ ନିଷ୍ପତି ନ ଆସିବା ଯାଏ ଦୋକାନ ବନ୍ଦ ରହିବା ନେଇ ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଯେଉଁ ଦୋକାନ ଗୁଡ଼ିକ ଖୋଲା ରହିବ ସେସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଏବଂ ପ୍ରତିଷ୍ଠାନ ନିୟମରେ ପଞ୍ଜୀକୃତ ହୋଇଥିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ କୁହାଯାଇଥିଲା।