ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଲାଗି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୨ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥିରେ ମୋଟ ୨୪ଟି କାର୍ଯ୍ୟଦିବସ ରହିଥିବାବେଳେ ଅଗଷ୍ଟ ୪ରେ ଅଧିବେଶନ ଶେଷ ହେବ । ଅଧିବେଶନର ଆରମ୍ଭ ଦିନରେ ହିଁ ନୂଆ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨ -୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଜୁଲାଇ ୫ ଓ ୬ ତାରିଖରେ ଉପସ୍ଥାପିତ ବଜେଟ୍ ଉପରେ ଗୃହରେ ଆଲୋଚନା ହେବ ବୋଲି ଜଣାପଡିଛି ।