ଜାତୀୟ ସମୀକ୍ଷା ସମ୍ମିଳନୀରେ ପୁରସ୍କୃତ ହେଲା ଓଡିଶା

ଭ୍ୱବନେଶ୍ୱର:ଜାତୀୟ ସମୀକ୍ଷା ସମ୍ମିଳନୀରେ ପୁରସ୍କୃତ ହେଲା ଓଡିଶା । କେରଳ କୋଚିଠାରେ ଅଷ୍ଟମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜାତୀୟ ସମୀକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି । ୧୯ ଏବଂ ୨୦ ଅକ୍ଟୋବର ୨୦୨୨ ମସିହାରେ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ତେବେ ଏହି ସମ୍ମିଳନୀରେ ରାଜ୍ୟ ଜମିଜମା ପୋର୍ଟାଲକୁ ଜାତୀୟ ଫସଲ ବୀମା ପୋର୍ଟାଲ ସଫଳତାର ସହ ସଂଯୋଗୀ କରଣ ନିମନ୍ତେ ଓଡ଼ିଶାର ରାଜ୍ୟ ସରକାରଙ୍କୁ ସମ୍ମାନିତ କରାଯାଇଛି ।

ଏହି ପ୍ରୟାସ ଦ୍ୱାରା ଫସଲବୀମାରେ ନକଲି ପଞ୍ଜିକରଣକୁ ରୋକାଯାଇପାରିଛି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଘଓଉ, ଙୟସଗ୍ଦଷବ) ର ଅନନ୍ୟ ଭୂମିକା ରହିଛି । ଏହି ସମ୍ମିଳନୀରେ ଯୋଗଦାନ କରି ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ, ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିବା ସହ ଫସଲ ବୀମା ଯୋଜନାକୁ କୃଷକମାନଙ୍କ ନିମନ୍ତେ ଅଧିକ ହିତକାରୀ କରିବା ପାଇଁ ସୁଚିନ୍ତିତ ମତାମତ ରଖିଥିଲେ ।

ରାଜ୍ୟ ସରକାରଙ୍କର ଏହି ସଫଳ ପ୍ରୟାସ ନିମନ୍ତେ ମାନ୍ୟବର ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତି କରଣ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କୃଷି ଉତ୍ପାଦନ କମିଶନର ଏବଂ ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତି କରଣ ସମସ୍ତ ଭାଗିଦାର ସଂସ୍ଥା ଏବଂ କାର୍ଯ୍ୟକ୍ରମ ରୂପାୟନରେ ସମ୍ପୃକ୍ତି କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇବା ସହ ଭବିଷ୍ୟତରେ ଫସଲବୀମା ଯୋଜନାକୁ ଅଧିକ ଲୋକାଭିମୁଖି ଓ ବ୍ୟାପକ କରିବା ନିମନ୍ତେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।