ଓଡିଆ ଫୀଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ

ଭୁବନେଶ୍ୱର: ଓଡିଆ ଫୀଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ ହେଲେ । ବିବାଦ ବଢିବାରୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ । ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅସଦାଚାରଣ ଅଭିଯୋଗରେ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ- ୧ ଏସିପି ମାନଓ ଗଡନାୟକ । ସୂଚନା ଅନୁଯାୟୀ, କାର୍ୟ୍ୟରତ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ(ଟୁଟୁ) ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଖାରବେଳ ନଗର ଥାନାରେ ଦେବସ୍ମିତା ରାଉତ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଟୁଟୁଙ୍କ ବିରୋଧରେ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଥିଲେ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ କମିଶନରେଟ୍ ପୁଲିସ୍ ତତ୍ପର ହୋଇଛି। ପ୍ରଯୋଜକ ଟୁଟୁ ନାୟକଙ୍କୁ ତାଙ୍କ ଘରୁ ଥାନାକୁ ଉଠାଇ ଆଣିଛି ପୋଲିସ । ଖାରବେଳ ନଗର ଥାନାରେ ତାଙ୍କୁ ଘନଘନ ଜେରା କରାଯାଉଛି। ଏବେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରରିଥିବା ଜଣାପଡ଼ିଛି।