ପ୍ରଥମ ପଥ ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇସାରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡଜେନା । ସମସ୍ତଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ । ପୁନର୍ବାର ଦ୍ବିତୀୟ ପଥ ଉତ୍ସବ ଆସନ୍ତା ଜାନୁଆରୀ ୧୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଦ୍ବିତୀୟ ପଥ ଉତ୍ସବ କୁ ଭାଇଚାରା ସହିତ ସମସ୍ତେ ମିଳିମିଶି ପାଳନ କରିବା ପାଇଁ ସେ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଦ୍ବିତୀୟ ପଥ ଉତ୍ସବ କୁ ଆହୁରି ଚିତାକର୍ଷକ କରିବା ପାଇଁ ପାଇକ ଆଖଡା ସହିତ, ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନ ଦିଆ ଯାଇଛି । ସମସ୍ତ ଲୁକ୍କାୟିତ ପ୍ରତିଭା କୁ ସମସ୍ତଙ୍କ ଲୋକ ଲୋଚନକୁ ଆଣିବା ପଥ ଉତ୍ସବ ର ମୂଳ ଲକ୍ଷ୍ୟ ବୋଲି ପଥ ଉତ୍ସବର ମୁଖ୍ୟ ସଂଯୋଜକ ଡଃ ରୁଷି ପଟ୍ଟନାୟକ ସୂଚନ ଦେଇଛନ୍ତି ।