ଯାଜପୁର : ବଢିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା । ପୂର୍ବରୁ ୩୩୦ଟି ଶଯ୍ୟା ଥିବା ବେଳେ ଏବେ ତାକୁ ୪୨୦କୁ ବୃଦ୍ଦି କରାଯାଇଛି । ତେବେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ । ସବୁ ସରକାରୀ ଚିକିତ୍ସାଳୟକୁ ଆମ ଅସ୍ପିଟାଲ ଯୋଜନାରେ ସାମିଲ କରାଯିବ ବୋଲଇ ସୂଚନା ରହିଛି । ସବୁ ଜିଲ୍ଲା ଚିକିତ୍ସାଳୟ , ଉପଖଣ୍ଡ ଚିକିତ୍ସାଳୟରେ ଏହି ଯୋଜନାରେ ସାମିଲ ହେବ । ଉଐଉ ଓ ଚଐଉ କୁ ସଂପ୍ରସାରିତ ହେବ ଆମ ହସ୍ପିଟାଲ ଯୋଜନା । ଆସନ୍ତା ୪ବର୍ଷରେ ଏହି ଯୋଜନା ସଂପୂର୍ଣ୍ଣ ହେବକାର୍ଯ୍ୟକ୍ଷମ ହେବବୋଲି କୁହାଯାଉଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତ ଜାରି ହୋଇଛି ।