ନିଲମ୍ବିତ ହେଲେ ନୂଆପଡା ତହସିଲଦାର

ନୂଆପଡା : ନୂଆପଡା ତହସିଲଦାର ନିଲମ୍ବିତ | ନୂଆପଡ଼ା ତହସିଲଦାର ଦେବେନ୍ଦ୍ର କୁମାର ରାଉତ, ଓଏଏସ୍‌-ଏ (ଜେବି)ଙ୍କ ବିରୁଦ୍ଧରେ ଆଗତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଶେଷ ହୋଇଥିବାବେଳେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ପତ୍ର ଅନୁଯାୟୀ ଏହି ନିଲମ୍ବନ ଅବଧି ମଧ୍ୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନରେ ସମ୍ବଲପୁରଠାରେ ତାଙ୍କର ହେଡ୍‌କ୍ୱାର୍ଟର ସ୍ଥିର କରାଯାଇଛି । ଏହି ସମୟ ମଧ୍ୟରେ ସେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବିନା ଅନୁମତିରେ ହେଡ୍‌କ୍ୱାର୍ଟର ଛାଡ଼ିପାରିବେ ନାହିଁ ।