କନ୍ଧମାଳରେ ବେଶ ଧୁମଧାମରେ ନୂଆଖାଇ ପର୍ବ ପାଳିତ

(ବନବାସୀ ପ୍ରଧାନ) : ବାଲିଗୁଡା ଲଣ୍ଡାଗାଁ ପଞ୍ଚାୟତ କରନିବେଢା ଗ୍ରାମରେ ଧୁମଧାମ ସହିତ ନୂଆଁଖାଇ ପର୍ବ ପାଳନ କରାଯାଇଛି । ଏହି ନୂଆଁଖାଇ ଭେଟଘାଟ ପର୍ବରେ ଘରର ମୁଖିଆମାନେ ନୂଆଁବସ୍ତ୍ର ପରିଧାନ କରି ନବାଣ୍ଣ ନୂଆଁଧାନକୁ ରଖି ନିଜର ଇଷ୍ଟ ଦେବିଙ୍କୁ ପୂର୍ଜାଚନା କରି ପ୍ରଥମେ ନବାନ୍ନ ଭୋଗ କରିଥାନ୍ତୀ । ଘରର ସାନ,ବଡ,ଝିଅ,ବୋହୁ ସମସ୍ତେ ମିଳିମିଶି ଏହି ନବାନ୍ନକୁ ଗୋଟିଏ ଧାଡିରେ ବସି ସେବନ କରିଥାନ୍ତୀ । ନୂଆଁ ଖାଇସାରିବା ପରେ ସାନପିଲା ମାନେ ଘରର ମୁଖିଆମାନଙ୍କୁ ପ୍ରମାଣ କରିଥାଆନ୍ତି । ଏହି ପରମ୍ପରା ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଥିବା ବେଳେ ଏହା ଏବେ କନ୍ଧମାଳରେ ବି ପାଳନ କରାଯାଉଛି ।