(ରିପୋଟର୍ସ ଟୁଡେ) : ଲୋକମାନଙ୍କ ବ୍ୟାଙ୍କ ଖାତାକୁ ସୁରକ୍ଷିତ ରଖିିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗୁୁୁରୁତ୍ୱପୂର୍ଣ୍ଣ ନିସ୍ପତିି ନେଇଛନ୍ତିି । ନୋଟବନ୍ଦୀ ସମୟରେ ଦେଖାଦେଇଥିବା ଅସୁବିଧାକୁ ନଜରରେ ରଖି ଏସବିଆଇ ନିସ୍ପତିି ନେଇଛି କି ଜଣଙ୍କ ଖାତାରେ ଅନ୍ୟଜଣେ ଟଙ୍କା ଜମା କରିପାରିିବ ନାହିଁ । ଅର୍ଥାତ୍ ଯଦିି ମିଷ୍ଟର ‘x’ ଙ୍କ ନାମରେ ଏସବିଆଇରେ ବ୍ୟାଙ୍କ ଖାତା ରହିଛି, ତେବେ ସେ ଏହି କ୍ୟାସ୍ ଆକାଉଣ୍ଟରେ ନିଜେ ଟଙ୍କା ଜମା କରିପାରିବେ । ଏପରିକି ପିତା ମଧ୍ୟ ନିଜ ପୁଅର ଏସବିଆଇ ଆକାଉଣ୍ଟରେ ଟଙ୍କା ଜମାକରିପରିବେ ନାହିଁ ।
ଏସବିଆଇକୁ ଯେତେବେଳେ ପଚରାଯାଇଥିଲା ଏହି ନିସ୍ପତି ନେବା ପଛରେ କ’ଣ କାରଣ ରହିଛି ସେତେବେଳେ ସେ କହିଥିଲେ, ନୋଟବନ୍ଦୀ ସମୟରେ ଅନେକ ବ୍ୟାଙ୍କ ଖାତାରେ ପାଞ୍ଚଶହ ଓ ହଜାର ଟଙ୍କିଆ ନୋଟ୍ ବହୁତ ସଂଖ୍ୟାରେ ଜମା କରାଯାଇଥିଲା । ଏବେ ଯେତେବେଳେ ଜାଂଚ୍ ସମୟରେ ଏତେସାରା ନୋଟ୍ ବିଷୟରେ ଲୋକଙ୍କୁ ପଚରାଗଲା, ସେମାନେ କହିଥିଲେ କେହି ଅପରିଚିତ ବ୍ୟକ୍ତି ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିଦେଇଛନ୍ତି । ଏହା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ଏହାପରେ ଆୟକର ବିଭାଗ ସରକାରୀ ବ୍ୟାଙ୍କ ଗୁଡିକକୁ ଅନୁରୋଧ କରିଥିଲେ କି ସେମାନେ ଏହି ନିୟମକୁ ଲାଗୁ କରନ୍ତୁ । ଯେପରିକି କୌଣସି ବ୍ୟକ୍ତି ନିଜ ବ୍ୟାଙ୍କ ଖାତାରେ ଜମା କରାଯାଇଥିବା ଟଙ୍କା ବିଷୟରେ ନିଜର ଦାୟିତ୍ୱ ଏବଂ ଜବାବ ଦେବାରୁ ବଞ୍ଚିପାରିବେ ନାହିଁ ।
ବ୍ୟାଙ୍କ୍ ଏହି ନିୟମକୁୁ ଲାଗୁ କରିବା ସହିତ ଏଥିରେ ବିଷେଶ ପରିସ୍ଥିତିର ମଧ୍ୟ ଧ୍ୟାନ ରଖାଯାଇଛି । ଉଦାହରଣ ଯଦି ମିଷ୍ଟର ‘x’ ମିଷ୍ଟର ‘y’ଙ୍କ ବ୍ୟାଙ୍କ ଖାତାରେ ନଗଦ ଜମା କରିବାକୁୁ ଚାହୁଁଛନ୍ତି ତେବେ ‘x’ ଙ୍କୁୁ ‘y’ ଙ୍କଠାରୁୁୁ ଏକ ଅନୁମତି ଲେଟର ଲେଖି ଆଣିବାକୁ ହେବ, ଯେଉଁଥିରେ ‘ଚ୍ଚ’ଙ୍କର ହସ୍ତାକ୍ଷର ଥିବ । ଏହା ସହିତ ବ୍ୟାଙ୍କ ଆକାଉଣ୍ଟ ରେ ଦିଆଯାଉଥିବା ଜମା ଫର୍ମରେ ମଧ୍ୟ ବ୍ୟାଙ୍କ ଖାତା ଧାରକଙ୍କର ମଧ୍ୟ ହସ୍ତାକ୍ଷର ଥିବା ଦରକାର । ଏହି ଦୁଇଟି ପରିସ୍ତିତିରେ ଜଣେ ଅନ୍ୟ ଜଣଙ୍କ ଖାତାରେ ଟଙ୍କା ଜମା କରିପାରିବ । ବ୍ୟାଙ୍କ୍ ତରଫରୁୁୁ ଏହା ମଧ୍ୟ କୁୁୁହାଯାଇଛି ଯଦି ଆପଣ ଅନଲାଇନରେ କାହା ଆକାଉଣ୍ଟରେ ଟଙ୍କା ଜମା କରିବାକୁୁୁ ଚାହୁୁଁଛନ୍ତି ତେବେ ଏହା ସ୍ୱାଧିନ ଅଟେ । ଏଠାରେ ନୂଆ ନିୟମ ଲାଗୁୁ ହେବନାହିଁ ।
ଏସବିଆଇର କହିବା ଅନୁସାରେ ଏହା ସହିତ ଗ୍ରୀନ କାର୍ଡ ଏବଂ ଇଂନଷ୍ଟା ଡିପୋଜିଟ କାର୍ଡ ଥିବ ତେବେ ଯେ କୌଣସି ବ୍ୟକ୍ତିି ଏହି କାର୍ଡ ଦ୍ୱାରା ତାଙ୍କ ଖାତାରେ ବ୍ୟାଙ୍କ ଯାଇ କ୍ୟାସ୍ ଡିପୋଜିଟ ମେସିନ୍ ଦ୍ୱାରା ଟଙ୍କା ଜମା କରିପାରିବେ ।