କଟକ(ଜଗନ୍ନାଥ ମହାନ୍ତି): ଗିରଫ ହେଲା ମୋଷ୍ଟ ୱାଣ୍ଟେଡ ଡେଙ୍ଗା ବାବୁଲି । ପୋଲିସ ଆଖିରେ ଧୂଳି ଦେଇ ବାରମ୍ବାର ଖସିବା ପରେ ଆଜି ଗିରଫ ହୋଇଛି କୁଖ୍ୟାତ ଲୁଟେରା ପ୍ରଭାତ କୁମାର ମହାକୁଡ ଔରଫ ଡେଙ୍ଗା ବାବୁଲି । ମଧୁପାଟଣା ଥାନାରେ ରୁଜୁ ହୋଇଥିବା ସୁନା ଚେନ ଚୋରି ମାମଲାରେ ତାକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନା ଅନୁଯାୟୀ, ଗତ ମାସରେ ମଧୁପାଟଣା ଥାନାରେ ଏକ ଚୋରି ମାମଲା ରୁଜୁ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ସୁଶାନ୍ତ କୁମାର ମହାପାତ୍ରଙ୍କ ସ୍ତ୍ରୀ ଝରକା ପାଖରେ ଠିଆ ହୋଇଥିବା ବେଳେ ହଠାତ ଝରକା ବାଟରେ ଚେନକୁ ଛଡାଇ ନେଇଥିଲା ବାବୁଲି । ଏ ନେଇ ଥାନାରେ ମାମଲା ରୁଜୁ ହେବାରୁ ଆଜି ଡେଙ୍ଗା ବାବୁଲିକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ ।