ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିକୁ ୧୬୪ କୋଟି ଟଙ୍କାର ରିକଭରି ନୋଟିସ | ଆପ୍ ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ରିକଭରି ନୋଟିସ ହୋଇଛି | ଆସନ୍ତା ୧୦ ଦିନ ମଧ୍ୟରେ ଜମା କରିବାକୁ ଡିଆଇପିର ନିର୍ଦ୍ଦେଶ ରହିଛି | ସରକାରୀ ବିଜ୍ଞାପନ ନାଁରେ ଦଳୀୟ ପ୍ରଚାର ଅଭିଯୋଗରେ ହୋଇଛି ନୋଟିସ |
ନୋଟିସ୍ରେ ଉଲ୍ଲେଖ ଅଛି, ଉପରୋକ୍ତ କାରଣ ଦୃଷ୍ଟିରୁ ରାଜ୍ୟ କୋଷାଗାରକୁ ତୁରନ୍ତ ଟ. ୯୯,୩୧,୧୦,୦୫୩/- ଟଙ୍କା ଫେରସ୍ତ ଦେବା ପାଇଁ ଅନୁରୋଧ। ସେହିପରି, ଏ ପର୍ଯ୍ୟନ୍ତ ସରକାର ପୈଠ କରି ନ ଥିବା ବାକି ବିଜ୍ଞାପନ ଦେୟ ବାବଦକୁ ଥିବା ପ୍ରାୟ ଟ. ୭.୧୧/- ଏହି ନୋଟିସ୍ ଜାରି ହେବାର ୧୦ ଦିନ ମଧ୍ୟରେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ସିଧାସଳଖ ଦେବା ପାଇଁ ମଧ୍ୟ ଅନୁରୋଧ କରାଯାଉଛି।
‘ଆପ୍’ ଆବାହକ ଯଦି ଏହି ଆଦେଶ ଅମାନ୍ୟ କରନ୍ତି ତେବେ, ଦଳର ସମ୍ପତ୍ତି ‘ଆଟାଚ୍ମେଣ୍ଟ୍’ ସମେତ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଜାରି କରିଥିବା ଆଦେଶନାମାରେ ସମୟ ନିର୍ଦ୍ଧାରଣ କରାଯାଇଛି ବୋଲି ଉକ୍ତ ନୋଟିସ୍ରେ ଉଲ୍ଲେଖ ଅଛି।