ଗୋଟିଏ ସ୍କ୍ରିନ୍ ସେୟାର କରିବେ ନୋରା ଓ ବରୁଣ ତେଜ

ନୋରା ଫାତେହି ବଲିଉଡ ର ଡାନସିଙ୍ଗ କୁଇନ୍ । ନୋରା ତାଙ୍କ ଅଭିନୟ ଅପେକ୍ଷା ଜବରଦସ୍ତ ନୃତ୍ୟ ପାଇଁ ଫେମସ ଅଛନ୍ତି ।ସେ ଇଣ୍ଡଷ୍ଟ୍ରୀର ଜଣେ ପ୍ରତିଭାବାନ୍ ଡ୍ୟାନ୍ସ ଭାବେ ପରିଗଣିତ ହୁଅନ୍ତି । ଗରମୀ , ଦିଲବର୍ ,ସାକି ସାକି, ନାଚମେରୀ ରାନୀ ଇତ୍ୟାଦି ଗୀତ ଗୁଡିକ ରେ ତାଙ୍କ କିଲର୍ ଡ୍ୟାନ୍ସ ମୁଭକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ସେଭଳି ବଲିଉଡ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ଦକ୍ଷଣ ସିନେମା ଜଗତରେ ପାଦଥାପିଛନ୍ତି ନୋରା । ସାଉଥ ଅଭିନତା ବରୁଣ ତେଜ ସହ ନଜର ଆସିବେ ନୋରା । ଫିଲ୍ମର ନାମ ‘ଭିଟି ୧୪’ ରଖାଯାଇଛି । ଫିଲ୍ମର କାହାଣୀ ଷାଠିଏ ଦଶକ ଭାଇଜାକ୍ ଉପରେ ଆଧାରିତ ହେବ । ଏଥିରେ ନୋରା ଅଭିନୟ ସହ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିବ । ବତ୍ତମାନ ନୋରା ଙ୍କ ଫେନସ୍ ତାଙ୍କ ଜଲୱା ଦେଖିବାକୁ ଚାହିଁରହିଛନ୍ତି ।