ଭୁବନେଶ୍ୱର: ମାସ୍କ କୁ ନେଇ କଡ଼ାକଇ ହେଲା ନିୟମ । ମାସ୍କ ନଥିଲେ ଭୁବନେଶ୍ୱରରେ ମିଳିବନି ସାମଗ୍ରୀ । ନୋ ମାସ୍କ ନୋ ଏଣ୍ଟ୍ରି, ନୋ ମାସ୍କ ନୋ ଗୁଡ୍ସ । ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି । କୋଭିଡ୍ ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶ ମନା କରାଯାଇଛି ।
ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି । କୋଭିଡ୍ ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶ ମନା କରାଯାଇଛି । ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ଗୁଡ୍ସର ବାର୍ତ୍ତା ରଖିବେ ଦୋକାନୀ ।ସେହିପରି ମାସ୍କ ନପିନ୍ଧିଲେ ପେଟ୍ରୋଲ ଟାଙ୍କିରେ ତେଲ ମଧ୍ୟ ମିଳିବ ନାହିଁ । ଘରୋଇ ତଥା ସରକାରୀ ଅଫିସରେ ମଧ୍ୟ ମାସ୍କ ପରିଧାନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି । ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଏପରିକି ଭୁବନେଶ୍ୱରରେ ପ୍ରବେଶ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଏହି ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏପରିକି ପେଟ୍ରୋଲ ଟାଙ୍କିରେ ବି ମାସ୍କ ନପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି ଜାରି ହୋଇଛି ନିୟମ । ପୂର୍ବଭଳି ସାମାଜିକ ଦୂରତା, ହାତ ବିଶୋଧନ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ବାରଣ କରାଯାଇଛି । ଏଥିରେ ଖିଲାପ କଲେ କୋଭିଡ-୧୯ ପ୍ରତିଷେଧ ଆଇନ ଅନୁଯାଇ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।