ରେକର୍ଡ କରିବେ ନୀତିଶ କୁମାର

ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ଲାଗି ନେବେ ଶପଥ

0

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ୪୫ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ୧୬ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ନିଜର ୧୬ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କ୍ୟାରିୟର ମଧ୍ୟରେ ଅଷ୍ଟମ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ପୂର୍ବରୁ ସେ ୭ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। ନୀତିଶ ପ୍ରଥମେ ବିହାରର ହେମନ୍ତ ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୮୫ରେ ପ୍ରଥମ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୯ ରେ ପ୍ରଥମ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରେ ଦ୍ୱିତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ତୃତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ୧୯୯୮ରେ ଚତୁର୍ଥ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ଲାଗି ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ରେଳ ଓ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପଞ୍ଚମ ଥର ଲାଗି ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କୃଷି, ରେଳ ଓ ପରିବହନ ମନ୍ତ୍ରୀ ବାବେ କାର୍ଯ୍ୟ କରିଥିଲେ। ଶେଷଥର ଲାଗି ୨୦୦୪ରେ ଶେଷ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ନୀତିଶଙ୍କ ୧୬ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପ୍ରଥମ ଥର ଲାଗି ୨୦୦୦ ମସିହାରେ ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ। ସେହିପରି ଦ୍ୱିତୀୟ ଥର ଲାଗି ୨୪ ନଭେମ୍ବର ୨୦୦୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତୃତୀୟ ଥର ଲାଗି ୨୦୧୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଚତୁର୍ଥ ଥର ଲାଗି ୨୦୧୫ରେ ଶପଥ ନେଇଥିଲେ। ପଞ୍ଚମ ଥର ଲାଗି ୨୦ ନଭେମ୍ବର ୨୦୧୫ରେ ଶପଥ ନେଇଥିଲେ। ଷଷ୍ଠ ଥର ଲାଗି ୨୭ ଜୁଲାଇ ୨୦୧୭ରେ ଶପଥ ନେଇଥିଲେ। ସପ୍ତମ ଥର ଲାଗି ନଭେମ୍ବର ୨୦୨୦ରେ ଶପଥ ନେଇଥିଲେ। ଆରଜେଡି, କଂଗ୍ରେସ ଓ ବାମଦଳ ନେତୃତ୍ୱରେ ଅଷ୍ଟମ ଥର ଲାଗି ଶପଥ ନେବାକୁ ନୀତିଶ ଶପଥ ନେବାକୁ ଯାଉଛନ୍ତି।