(ରିପୋର୍ଟରସ ଟୁଡେ): ଆଜି ସାରା ବିଶ୍ୱ ପାଇଁ ଏକ ପବିତ୍ର ଦିବସ । ଯିଏ ଶାନ୍ତିର ବାର୍ତା ଦେଇଥିଲେ, ଯିଏ ଅହିଂସା ମାଧ୍ୟମରେ ଦେଶକୁ ଫିରଙ୍ଗି ମାନଙ୍କ କବଳରୁ ରକ୍ଷା କରିଥିଲେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ ଆଜି ତାଙ୍କର ୧୫୦ ତମ ଜନ୍ମବାର୍ଷିକ । ଆଜି ତାଙ୍କ ଜନ୍ମ ବାର୍ଷିକ ଅବସରରେ କଂଗ୍ରେସ କର୍ମୀମାନେ ମହତ୍ମାଗାନ୍ଧୀଙ୍କ ପ୍ରତିମୃର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଦାଞ୍ଜଳୀ ଜ୍ଞାପନ କରିଥିଲେ ଓ ତାଙ୍କୁ ସ୍ମରଣ କରିଥିଲେ ।
ତାପରେ ପିସିସି ସଭାପତି ନିରଜଂନ ପଟ୍ଟନାୟକ କହିଛନ୍ତି କି ୩୧୪ ବ୍ଲକରେ ମହାତ୍ମା ଗାନ୍ଧୀ ଷ୍ଟଡିସ ସେଣ୍ଟର ଖୋଲାଯିବ ଯୋଉଥରେ କି ମହାତ୍ମା ଗାନ୍ଧିଙ୍କ ଜୀବନି ଅଧୟନ କରାଯିବ ତାହା ଦ୍ୱାରା ଯୁବ ପିଢି ଜାଣିବେ କି ମହାତ୍ମାଗାନ୍ଧିଙ୍କ ତ୍ୟାଗ, ଦାନ, କିପରି ଥିଲା ତାଙ୍କ ଆଦର୍ଶ । ଏଥିରେ ପିସିସି ସଭାପତିଙ୍କ ସହ ବହୁ ମହିଳା କଂଗ୍ରସ କର୍ମି, ଓ ସ୍ଲଲ ଛାତ୍ର ଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ ।