ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ପରେ ପୁଣି କଲବଲ କରିବ ତାତି । ଦିନ ତାପମାତ୍ର ସହିତ ରାତି ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ଭାବନା ରହିଛି । ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ ଦିନ ଓ ରାତି ତାପମାତ୍ରା । ଏଭଳି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନ୍ତୋରମା ମହାନ୍ତି ।
ଦୁଇ ଦିନ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ । ସ୍ୱାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୬ଟି ସ୍ଥାନରେ ପାରଦ ୩୪ଡିଗ୍ରୀ ସେଲିସିୟସ ଛପରେ ରହୁଛି । ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୩୬ ଡିଗ୍ରୀ ଥିବା ବେଳେ ଝାରସୁଗୁଡା ୩୫.୬ , ସମ୍ବଲପୁର୩୫.୩, ଟିଟିଲାଗଡ ୩୫.୫ , ନବରଙ୍ଗପୁର୩୫ଡିଗ୍ରୀ ସେଲଦିୟସ ଛୁଇଁଥିଲା । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧ରୁ୩ଡିଗ୍ରୀ ଅଧିକ ରହିପାରେ ।