ନବବର୍ଷ ଆଗମନରେ ରିପୋଟର୍ସ ଟୁଡେ ପରିବାରରେ ଖୁସିର ମାହୋଲ

(ବ୍ୟୁରୋ: ରିପୋଟର୍ସ ଟୁଡ଼େ) : ବିଦାୟ ନେଇଛି ବର୍ଷ ୨୦୨୨ ଆସିଲା ୨୦୨୩। । ନୂଆବର୍ଷ ଆଗମନରେ ନେଇ ସବୁଠି ଉତ୍ସାହ, ସବୁଠି ଉଲ୍ଲାସ । ଏହି ୨୦୨୩ ନୂଆ ଆଶା, ନୂଆ ଉତ୍ସାହ ସହ ସମସ୍ତଙ୍କ ଜୀବନ ନବାଗତର ଏକ ନୂଆ ଫୁଲ ହେଇ ଖେଳି ଯାଉ । ନୂଆବର୍ଷରେ ବିଶ୍ୱବାସୀଙ୍କୁ ରିପୋଟର୍ସ ଟୁଡ଼େ ଶୁଭକାମନା ଜଣାଉଛି। ସାରା ବିଶ୍ବ ନୂତନ ନୂଆ ବର୍ଷକୁ କରିଛି ଅଭିନନ୍ଦନ । ସମୟର ଟିକଟିକ୍ ଶବ୍ଦ ସହ ବିଦାୟ ନେଇଥିବା ୨୦୨୩ କାହା ଜୀବନରେ ବିଭୋର ଖୁସି ଆଣିଛି ତ କାହା ଜୀବନରେ ଆଣିଛି ଦୁଃଖର ପାହାଡ଼ । ହେଲେ ଆଶା ଏହି ନୂତନ ବର୍ଷ ବା ୨୦୨୩ ମସିହା ବିଶ୍ୱ ବାସୀଙ୍କ ପାଇଁ ଅସୁମାରୀ ଆନନ୍ଦର କାରଣ ହେଉ । ଥମିଯାଉ ସବୁ ବିବାଦ, ମନୁ ଲିଭିଯାଉ ଗର୍ବ ଅହଂକାର । କାରଣ ଆଜିପରଠୁ ବଦଳି ଯାଇଛି ସବୁ କାନ୍ଥର କ୍ୟାଲେଣ୍ଡର ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୩ ।

ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ । ଏହି ଅବସରରେ ରିପୋଟର୍ସ ଟୁଡ଼େ ପରିବାର ତରଫରୁ ମଧ୍ୟ ପାଳନ କରାଯାଇଛି ଇଂରାଜୀ ନବବର୍ଷ । ଏବଂ ସ୍ୱାଗତ କରାଯାଇଛି ୨୦୨୩କୁ । ଏହି ପରିପ୍ରେକ୍ଷୀରେ ଆମ କାର୍ୟ୍ୟାଳୟରେ କେକ କାଟି ନବବର୍ଷକୁ ପାଳନ କରାଯାଇଛି । ଆସନ୍ତା ୨୦୨୩ ବର୍ଷରେ ସଠିକ ଏବଂ ଜଣ ସାଧାରଣଙ୍କ ସ୍ୱର ହେବ ରିପୋଟର୍ସ ଟୁଡ଼େ । ଏଣୁ ସଭିଏଁ ସଂକଳ୍ପ ବଦ୍ଧ । ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଏତିକି କାମନା କରୁଛୁ ଓଡିଶା ବାସି ଖୁସିରେ ରୁହନ୍ତୁ । ନିଜେ ହସୁଥାନ୍ତୁ ଏବଂ ହସ ସଭିଙ୍କ ମୁହଁରେ ଫୁଟାନ୍ତୁ ।