ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ସୂଚନା, ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ

ଭୁବନେଶ୍ଵର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ସୂଚନା। ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ପୂର୍ବତନ ବିଧାୟକ ମୋକିମ। ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି। ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ମୋକିମ୍।

ତେବେ ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍‌ ବଡ଼ ସୂଚନା ଦେଇଛନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ ବୋଲି କହିଛନ୍ତି ମୋକିମ୍ । ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି ବୋଲି କହିଛନ୍ତି ମୋକିମ୍ । ମୋକିମ୍ ଆହୁରି କହିଛନ୍ତି ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ । ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛୁ, ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟବସ୍ଥା ହୋଇ ସାରିଥିବ । ନୂଆ ରାଜନୈତିକ ଦଳର ଭିତ୍ତିଭୂମି ପଡ଼ିବ । ଆସନ୍ତା ୧୨ ତାରିଖ ଯୁବ ସମାବେଶରେ ଏକାଠି ହେବେ ଯୁବକ । ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ । ଓଡ଼ିଶାର ଭବିଷ୍ୟତ ନେଇ ଆଲୋଚନା କରିବୁ । ପରବର୍ତ୍ତୀ ସମୟରେ ମହିଳା ସମ୍ମିଳନୀ ହେବ, ଚାଷୀଙ୍କୁ ଭେଟିବୁ । ଏଜେଣ୍ଡା ଓ ଆମ କର୍ତ୍ତବ୍ୟ କଣ ହେବା ଉଚିତ୍ ପ୍ରସ୍ତୁତ କରି ସାମ୍ନାକୁ ଆସିବୁ ବୋଲି କହିଛନ୍ତି ମୋକିମ୍ ।