ପଡିଆରୁ ନବଜାତ ଶିଶୁ ଉଦ୍ଧାର

(ରିପୋଟର୍ସ ଟୁଡେ, ଭୁବନେଶ୍ୱର): ପୁଣି ଜଣେ ମାଆ ଏକ ଶିଶୁପୁତ୍ରକୁ ଜନ୍ମ କରି ପଡିଆରେ ଫୋପାଡି ଦେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅବହେଳିତ ଅବସ୍ଥାରେ ପଡିଆରୁ ଉଦ୍ଧାର ହେଲା ନବଜାତ ଶିଶୁ । ସୂଚନାନୁସାରେ, ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗାଁର ରଂଜନ ବଗର୍ତ୍ତି ଗାଁ ପାଖ ପଡିଆକୁ ଯାଇଥିବା ବେଳେ ଏକ ଶିଶୁର କାନ୍ଦ ଶୁଣିଥିଲେ । ପରେ ଆଶାକର୍ମୀଙ୍କ ସହାୟତାରେ ୧୦୮ ଆମ୍ବୁଲାମ୍ସ ସହାୟତାରେ ଶିଶୁକୁ ଉଲୁଣ୍ଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏବେ ଶିଶୁର ଅବସ୍ଥା ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ପରେ ଶିଶୁଟି ସଂର୍ମ୍ପୂଣ୍ଣ ଭଲ ହେବା ପରେ ତାକୁ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।