ଢେଙ୍କାନାଳ-: କାମାକ୍ଷାନଗରରେ ତିଆରି ହେବ ନୂଆ ଆଲୁମିନିୟମ ପ୍ଲାଣ୍ଟ୍ । ଏହାକୁ ନିର୍ମାଣ କରିବା ପାଇଁ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା । ପ୍ରାୟ ୪୦ ହଜାର ଯୁବକ ଯୁବତୀଙ୍କୁ ମିଳିବ ରୋଜଗାର । ଗତ ୧୬ ତାରିଖରେ ଏଥିପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟ ସରକାର ଗତ ୧୬ ତାରିଖରେ ଏଥିପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି ।