ନୂଆଦିଲ୍ଲୀ: ଏନଡିଏର ରଷ୍ଟ୍ରପତି ଦ୍ରୌପଦା ମୁର୍ମୁ ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନ ୧୨ ୪୦ ମିନିଟ୍ ସମୟରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ନାମାଙ୍କନ ଦାଖଲ କରିଥିଲେ। ଏଥିପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ତାଙ୍କର ନାମାଙ୍କନ ପତ୍ର ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ପ୍ରସ୍ତାବକ ଭାବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନାମାଙ୍କନରେ ଦସ୍ତଖତ କରିଥିଲେ। ନାମାଙ୍କନ ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରଷ୍ଟ୍ରୀୟ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ, ପ୍ରହ୍ଲାଦ ଯୋଗୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ପନିଲସେଲଭମ୍, ହରିୟାନା ମୁଖ୍ୟମନ୍ତ୍ରୀ ମନହରଲାଲା ଖଟ୍ଟର ସମେତ ଓଡି଼ଶାର ଦୁଇ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ପ୍ରମୁଖ ଉପସ୍ଥିତ ଥିଲେ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ସମେତ ବିଜେଡି. ଏଲଜେପି (ରାମବିଳାସ), ୱାଇଏସଆର କଂଗ୍ରେସ ପ୍ରମୁଖଙ୍କର ସମର୍ଥନ ରହିଛି। ସେହିପରି ମିଳିତ ବିରୋଧୀଦଳର ପ୍ରାର୍ଥୀ କଂଗ୍ରେସ ସମେତ ଟିଏମସି, ଏନସିପି, ଶିବସେନା ସିପିଆଇ, ସିପିଏମ, ପିଡିପି, ଜେଡିଏସ ଆରଏଲଡି ପ୍ରମୁଖଙ୍କ ସମର୍ଥନ ରହିଛି। ତେବେ ବିଜେଡି ଓ ୱାଇଏସଆର କଂଗ୍ରେସର ସମର୍ଥନ ପରେ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲା ଭାରି ହୋଇଥିବା ଜଣାପଡିଛି।