ସାଲେପୁର : ସାଲେପୁର ବ୍ଲକ୍ ଗୋପୀନାଥପୁରସ୍ଥିତ ହରିଡାପଡ଼ିଆରେ ଚାଲିଥିବା ଦଶମ ନବକିଶୋର ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱରର , ଗଣ୍ଡରପୁର ୟୁନାଇଟେଡ କ୍ଲବ ଫାଇନାଲରେ ଚମ୍ପିୟାନ ହୋଇଛି।ଏଥିରେ ଗଣ୍ଡରପୁର ର ୟୁନାଇଟେଡ ଫୁଟବଲ ଟିମ୍ ଓ ସାଲେପୁରର ମା ଜାଗୁଳାଇ ଫୁଟବଲ ଟିମ୍ ମଧ୍ୟରେ ଚିତ୍ତାକର୍ଷକ ପ୍ରତିଯୋଗିତା ହୋଇଥିଲା।ତେବେ ଗଣ୍ଡରପୁର ଟିମ୍ ଓ ସାଲେପୁର ଟିମ୍ କୁ ପରାସ୍ତ କରି ଗଣ୍ଡରପୁର ଦଳ ଚମ୍ପିୟାନ ହୋଇଛି।
ଖେଳ ଶେଷ ସୁଦ୍ଧା କୌଣସି ଦଳ ଗୋଲ ଦେବାକୁ ସକ୍ଷମ ହୋଇ ପାରି ନଥିଲେ।ଫଳରେ ଟାଏ- ବ୍ରେକରର ସହାୟତା ନିଆଯାଇଥିଲା।ଏଥିରେ ଗଣ୍ଡରପୁରର ୟୁନାଇଟେଡ ଦଳ ୪ – ୧ ଗୋଲ ରେ ମା ଜାଗୁଳାଇ ଦଳକୁ ପରାସ୍ତ କରିଥିଲା।ରେଫିରୀ ସଞ୍ଜୀବ ଦାଶ,ଜ୍ୟୋତିରଂଜନ ସ୍ୱାଇଁ,ବ୍ରହ୍ମାନନ୍ଦ ଭୋଇ, ଦୈତାରୀ କାରୂଆ,ରସାନନ୍ଦ ସାମଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଫାଇନାଲ ମ୍ୟାଚରେ ଉଦ୍ ଘା ଟ କ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଗୋପୀନାଥପୁର ପଞ୍ଚାୟତର ପୂର୍ବତନ ସରପଂଚ ଯୁବ ସମାଜସେବୀ ତଥା ନବକିଶୋର ସାହୁ ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ମୁଖ୍ୟ ସଂଯୋଜକ ଦିଲ୍ଲୀପ ରାଉତଙ୍କ ପୌରହିତ୍ୟରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ବିଶିଷ୍ଟ ଅତିଥି ଭାବେ ସାଲେପୁର ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସମାଜସେବୀ ମନୋରଞ୍ଜନ ଦାଶ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ସ୍ୱାଇଁ,ସମାଜସେବୀବସନ୍ତ କୁମାର ବିଶ୍ବାଳ,ଗଣେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଓ କପ୍ ସହ ପୁରସ୍କାର ପ୍ରଦାନ କରିଥିଲେ।ଅଧ୍ୟାପକ ପ୍ରଶାନ୍ତ ରଥ ମଞ୍ଚ ପରିଚାଳନା ସହିତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଯୁଗଳ କିଶୋର ଜେନା,ଧ୍ରୁବ ସାମଲ,ନିର୍ମଳ ସାମଲ,ଶ୍ରୀମା ବିଶ୍ବାଳ ସ୍ମୃତି ରଞ୍ଜନ ପାଣି ଙ୍କ ସମେତ ଗୋପୀନାଥପୁର ଅଞ୍ଚଳର ଫୁଟବଲ ପ୍ରେମୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।