ଆସନ୍ତା ୨୨ରେ ବାଲେଶ୍ୱର ଗସ୍ତରେ ନବୀନ

୧ ହଜାର କୋଟିରୁ ଅଧିକ ପ୍ରକଳ୍ପ କରିବେ ଉଦ୍ଘାଟନ

ଭୁବନେଶ୍ୱର: ବଦଳିବ ବାଲେଶ୍ୱର । ଯୋଡିହେବ ନୂଆ ଅଧ୍ୟାୟ । ଆସନ୍ତା ୨୨ ତାରିଖରେ ରାଜ୍ୟ ସରକାର ବାଲେଶ୍ୱର ଗସ୍ତରେ ଆସିବେ । ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ । ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ । ଯ।ହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ଆଜି ପୋଲିସ ଲାଇନ୍ ପଡ଼ିଆ ସଭାସ୍ଥଳକୁ ବୁଲି ଦେଖିବା ସହିତ ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀ ପ୍ରତାପ ଦେବ । ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ସ୍ଥାନୀୟ ଲୋକେ ଖୁବ ଆନନ୍ଦିତ ଅଛନ୍ତି ।

ଜିଲ୍ଲାର ୧୨ଟି ବ୍ଲକ୍ ସମେତ ବାଲେଶ୍ବର, ସୋର, ଜଳେଶ୍ବର ମ୍ୟୁନିସିପାଲିଟି ଓ ରେମୁଣା, ନୀଳଗିରି ଏନ୍ଏସିର ମୋଟ ୩୬୪ କୋଟି ୬୧ଲକ୍ଷ ଟଙ୍କାର ୫୭ ପ୍ରକଳ୍ପକୁ ଲୋକର୍ପିତ କରିବେ । ସେହିପରି ୧ହଜାର ୪୨ କୋଟି ୬୯ ଲକ୍ଷ ଟଙ୍କାର ୧୦୪ଟି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ । ସେଗୁଡିକ ହେଲା ସୋମନାଥପୁର ରେଳ ବ୍ରିଜ୍, ହଳଦୀପଦା ଠାରୁ ଦୀଘା ପର୍ୟ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀ ନବୀକରଣ, ସୂବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିପୁର ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍ ଗ୍ରିଡ଼ ଷ୍ଟେସନ୍ ଏମିତି ଏକାଧିକ ।