ଶାସକ ଦଳକୁ ନବୀନ ଶାଣିତ ଟାର୍ଗେଟ, ପୁଣି ଉଠାଇଲେ ‘ବେଇମାନ’ କଥା

ନୂଆପଡ଼ା: ନୂଆପଡ଼ାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କଲେ ନବୀନ । ପୁଣି ‘ବେଇମାନ’ କଥା ଉଠାଇ ଟାର୍ଗେଟ କଲେ ନବୀନ । ୩୦୦ ୟୁନିଟ୍ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ୍ ମିଳିଲା କି । ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି’। ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି, କଟ୍‌ନୀ ଛଟନୀ ବନ୍ଦ ହେଲା କି’ । ‘ରଙ୍ଗ ମାରିଲେ ବିକାଶ ହୁଏନି, ରାଜ୍ୟବାସୀଙ୍କୁ କେବଳ ଡବଲ୍ ଧୋକା ମିଳିଛି’ ।

ଆୟୁଷ୍ମାନ କାର୍ଡରେ କେବଳ ଟେନସନ୍ ମିଳିଲା ବୋଲି କହିଛନ୍ତି ନବୀନ । ଏମାନେ ମିଛି କହି ସରକାର କରିପାରନ୍ତି, ପ୍ରାର୍ଥୀ ବି ଚୋରି କରିପାରନ୍ତି । କିନ୍ତୁ ଭୋଟରଙ୍କ ହୃଦୟ କେବେ ବି ଜିତିପାରିବେ ନାହିଁ ବୋଲି କହିଛନ୍ତି ନବୀନ । ଆଜି ବି ଆପଣଙ୍କ ଆଖିରେ ଦୁଃଖ ଓ କ୍ରୋଧ ଦେଖିପାରୁଛି ନବୀନ। ଆପଣଙ୍କ ସହ, ବିଜେଡି ଓ ମୋ ସହ କିପରି ବେଇମାନି କରାଗଲା ଭଲ ଭାବେ ଜାଣନ୍ତି।