ବିକାଶର ଅନ୍ୟ ନାମ ନବୀନ
ଭୁବନେଶ୍ୱର, ରାଜେସ ସାହୁ : ହଟିଲା ପୁରୁଣା ଓ ଗଡିଲା ନୂଆ ଏଣିକି ରାଜ୍ୟରେ ଗଡ଼ିବ ଚକାଚକ ବସ୍ । ସେବା ଯୋଗାଇବେ ରାଜ୍ୟ ସରକାର, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ ପାଇଁ ଦୁଇଟି ଡିପୋ ଓ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଉଦ୍ଘାଟନ କରିଛନ୍ତି । ଏଥି ସହ ଓଏସ୍ଆରଟିସିର ୧୧୦ଟି ନୂଆ ବସ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିବ । ଏଥିରେ ଯାତ୍ରୀଙ୍କୁ ଆରାମଦାୟକ ଅନୁଭୁତି ଓ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି ।
ଏଥିରେ ଦିଲ୍ଲୀର ସିଟି ବସ୍ ଭଳି ଭିତରେ ରହିବ ସିସି ଟିଭି କ୍ୟାମେରା, ଆପାତ୍ତ କାଳୀନ ବଟନ୍ ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥା, ଏପରି ଅନେକ ବ୍ୟବସ୍ଥା ପାଇବେ ସାଧାରଣ ଜନତା । ଏହା ସହ ମୋ ବସ୍ରେ ମଧ୍ୟ ଯୋଡିହେବ ପୁରୁଣା ସିଟି ବସ୍ ଯାହା ଦ୍ୱାରା ରାଜଧାନୀ ବାସୀ ଜାତୟାତ କରିପାରିବେ ।
ଏବେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଗଢ଼ି ଉଠୁଛି ନୂତନ କୋଠା ସାଙ୍ଗକୁ ଉନ୍ନତମୂଳକ କାମ । ନିକଟରେ ମହିଳା ଠାରୁ ଆରମ୍ଭ କରି ଯୁବକ ମାନଙ୍କ ପାଇଁ ରାଜ୍ୟରେ ଗଢ଼ିଉଠିଛି ଅନେକ କାମ ।
ସେହିପରି ରାଜଧାନୀକୁ ଚକାଚକ କରିବା ପାଇଁ ହାତକୁ ନିଆ ହୋଇଛି ଅନେକ କାମ । ଏମିତିକି ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳରେ ଗଢି଼ ଉଠିଛି ସ୍ୱଚ୍ଛ ପରିବେଶ ସାଙ୍ଗକୁ ସ୍ୱଚ୍ଛ ସ୍ୱାସ୍ଥ୍ୟ ସେବା । ପାର୍କ ଠାରୁ ଆରମ୍ଭକରି ରାଜଧାନୀର ବିଭିନ୍ନ ବସ୍ ଷ୍ଟାଣ୍ଡ ଗୁଡିକରେ ଦେଖିବାକୁ ମିଳିଛି ନୂଆନୂଆ ସାଜସଜା । ଯାହା ଅନେକ ବର୍ଷ ହେବ ସ୍ୱପ୍ନ ହୋଇରହିଥିଲା ତାହା ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସମ୍ଭବପର ହେବାରେ ଲାଗିଛି ।
ମହିଳାଙ୍କ ପାଇଁ ମିଶନଶକ୍ତି , କୃଷକଙ୍କ ପାଇଁ କାଳୀଆ ଯୋଜନା, ଗରୀବଙ୍କ ପାଇଁ ସ୍ୱାସ୍ଥ୍ୟ ବିମା ଯୋଜନା, ଇଣ୍ଟର କାଷ୍ଟଙ୍କ ପାଇଁ ସୁମଙ୍ଗଳ ଯୋଜନା, କଳିଙ୍ଗ ଶିକ୍ଷା ସାଥି ଯୋଜନା , ଅପର୍ଣ୍ଣ ଯୋଜନା ଓ ସୌର ଜଳ ନିଧି ଯୋଜନା ଭଳି ହାତକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କାମ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃତଗତିରେ ଆଗେଇ ଚାଲିଛି । ଯାହା ଦ୍ୱାରା ରାଜ୍ୟର ଚିତ୍ର ବଦଳିବାରେ ଲାଗିଛି ।
ଏପଟେ ନବୀନଙ୍କ ଏପରି କାମକୁ ରାଜ୍ୟବାସୀ ବେସ ପସନ୍ଦ କରିଛନ୍ତି ।
. . . .