ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୧ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରି ବ୍ରୋଞ ପଦକ ହାସଲ କରିଛନ୍ତି । ଭାରତର ଏହି ଐତିହାସିକ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ନବୀନ ପଟ୍ଟନାୟକ ନିଜ ଟୁଇଟରରେ ଲେଖିଛନ୍ତି, ‘ଅଲିମ୍ପିକ୍ସରେ ୪୧ ବର୍ଷ ପରେ ମେଡାଲ ଆଣିଲା ଭାରତ। ଐତିହାସିକ ବିଜୟ ଆଗାମୀ ପିଢି ପାଇଁ ପ୍ରେରଣା ଦେବ।’ ଖେଳାଳିଙ୍କ ଆଗାମୀ ଭବିଷ୍ୟତ ଲାଗି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜୟୀ ଟିମ୍ କୁ ଶୁଭେଚ୍ଛା ଜଣାଇବା ପରେ ଭୁବନେଶ୍ୱର ଆସିବାକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଅଗଷ୍ଟ ୧୬ରେ ଭାରତୀୟ ପୁରୁଷ ହକି ଟିମ୍ ଭୁବନେଶ୍ୱର ଆସିବେ। ବିଜୟୀ ଟିମକୁ ସ୍ବାଗତ କରିବାକୁ ଆମେ ଅପେକ୍ଷା କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।